ଅଗଷ୍ଟ୧୫ ସକାଳ ୭ଟା୩୦ରେ ପତାକା ଉତ୍ତୋଳନ, ୭ଟା ୩୩ ରେ ଲାଲ କିଲ୍ଲା ପ୍ରାଚୀରରୁ ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ_


ଅଗଷ୍ଟ୧୫ ସକାଳ ୭ଟା୩୦ରେ ପତାକା ଉତ୍ତୋଳନ, ୭ଟା ୩୩ ରେ ଲାଲ କିଲ୍ଲା ପ୍ରାଚୀରରୁ ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ_@Kc

୭୮ତମ ସ୍ୱାଧୀନତା ଦିବସ ଅବସରରେ ୧୫ ଅଗଷ୍ଟ ଗୁରୁବାର ପ୍ରଧାନମନ୍ତ୍ରୀ ଲାଲ କିଲ୍ଲା ପ୍ରାଚୀରରୁ ଦେଶକୁ ସମ୍ବୋଧିତ କରିବେ। ଏଥି ପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ସୂଚନା ଅନୁସାରେ ଏଥର କାର୍ଯ୍ୟକ୍ରମରେ ଲାଲ କିଲ୍ଲାଠାରେ ଜାତୀୟ ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ଯୋଗ ଦେବାକୁ ପାଖାପାଖି ୬,୦୦୦ ବିଶେଷ ଅତିଥିଙ୍କୁ ଆମନ୍ତ୍ରିତ କରାଯାଇଛି।

ପ୍ୟାରିସ ଅଲିମ୍ପିକରେ ଭାଗ ନେଇଥିବା ଭାରତୀୟ ଦଳଙ୍କୁ ମଧ୍ୟ ଏହି ଉତ୍ସବକୁ ନିମନ୍ତ୍ରିତ କରାଯାଇଛି।

ଜାଣନ୍ତୁ ୧୫ଅଗଷ୍ଟରେ ପ୍ରଧାମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସୂଚୀ

୧୫ ଅଗଷ୍ଟ ସକାଳ ୬ଟା ୨୦ ମିନିଟ୍ ସୁଦ୍ଧା ଏନସିସି କ୍ୟାଡେଟମାନେ ପୋଜିସନ ନେବେ। ଏହା ପରେ ସବୁ ପ୍ରସ୍ତୁତିର ଯାଞ୍ଚ କରାଯିବ ଓ ପୂର୍ବାହ୍ନ ୭ଟା ୧୭ ମିନିଟ୍ ବେଳକୁ ପ୍ରଧାନମନ୍ତ୍ରୀ ଲାଲ କିଲ୍ଲା ପହଞ୍ଚିବେ। ୭ଟା ୧୯ ମିନିଟରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ଦିଆଯିବ। ଏହା ପରେ ୭ଟା ୨୬ ମିନିଟ୍ରେ ପ୍ରଧାନମନ୍ତ୍ରୀ ତିନି ସେନା ମୁଖ୍ୟଙ୍କୁ ଭେଟିବେ ଓ ସାଢେ ୭ଟା ବେଳେ ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରିବେ। ଏହା ପରେ ପ୍ରଧାନମନ୍ତ୍ରୀ ୭ଟା ୩୩ ମିନିଟ୍ରେ ରାଷ୍ଟ୍ର ଉଦ୍ଦେଶ୍ୟରେ ସମ୍ବୋଧନ ଦେବେ।

୮ଟା ୩୦ ମିନିଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ପରେ ଜାତୀୟ ସଙ୍ଗୀତ ଗାନ କରାଯିବ। ଏହା ପରେ ପ୍ରଧାନମନ୍ତ୍ରୀଙ୍କ ସହିତ ଏନସିସି କ୍ୟାଡେଟ୍ ଓ ଅନ୍ୟ ଜବାନମାନେ ଲାଲ କିଲ୍ଲାରୁ ପ୍ରସ୍ଥାନ କରିବେ। ଲାଲ କିଲ୍ଲାରେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମ ସାର୍ବଜନିକ। ଏହି କାର୍ଯ୍ୟକ୍ରମକୁ ଯେ କେହି ବି ଯାଇ ପାରିବେ। ବର୍ଗଅନୁସାରେ ଲୋକଙ୍କ ବସିବାର ବ୍ୟବସ୍ଥା ମଧ୍ୟ ହୋଇଛି ଓ ଏଥି ପାଇଁ ପାସ୍ ଦିଆଯାଏ। ଜଣେ ସାଧାରଣ ଲୋକ ବି ଏହି କାର୍ଯ୍ୟକ୍ରମକୁ ଯାଇ ପାରିବ ଓ ଏଥି ପାଇଁ ନିଜ ନିମନ୍ତେ ପାସ୍ ମଧ୍ୟ କରିପାରିବ। ଏହି ପାସ୍ ଆପଣ ଅନଲାଇନ ଓ ଅଫଲାଇନରେ ମଧ୍ୟ କରିପାରିବେ।

ଅଗଷ୍ଟ ୧୫କୁ ନଜରରେ ରଖି ଲାଲ କିଲ୍ଲା ଓ ଏହା ଆଖପାଖ ଅଞ୍ଚଳରେ ଟ୍ରାଫିକ କଡାକଡି କରାଯାଇଛି। ଏଥିରେ ନୋଏଡାରୁ ଆସୁଥିବା ଲୋକଙ୍କ ଏଣ୍ଚ୍ରି ଲାଗି ଅଲଗା ବ୍ୟବସ୍ଥା କରାଯାଇଛି। ସେହିପରି ଲାଲକିଲ୍ଲା କାର୍ଯ୍ୟକ୍ରମକୁ ଯାଉଥିବା ଲୋକଙ୍କ ପାର୍କିଂର ଅନ୍ୟ ବ୍ୟବସ୍ଥା କରାଯାଇଛି। ଅଗଷ୍ଟ ୧୫ ପାଇଁ ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଦିଲ୍ଲୀ ପୋଲିସ କମିଶନର ଅଗଷ୍ଟ ୧୫ ଠିକ୍ ପୂର୍ବରୁ ଆତଙ୍କବାଦୀ ଗତିବିଦ୍ଧି ଇନ-ପୁଟକୁ ଧ୍ୟାନରେ ରଖି ଦିଲ୍ଲୀରେ ପାରା ଗ୍ଲାଇଡର, ପାରା ମୋଟର ଭଳି ଆକାଶୀୟ ଉପକରଣର ବ୍ୟବହାର ଉପରେ ରୋକ ଲଗାଇ ଦେଇଛନ୍ତି।


error: Content is protected !!