ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ପକ୍ଷରୁ ସମିତି ବୈଠକ ହୋଇଛି l


ଏହି ବୈଠକରେ ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ, ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ବିଡ଼ିଓ ବିରଞ୍ଚି ନାରାୟଣ ବେହେରା, ଅଧ୍ୟକ୍ଷା,ଉପାଧ୍ୟକ୍ଷ ସହକାରୀ ନିର୍ବାହୀ ଯନ୍ତ୍ରୀ ସମିତି ଅଧୀନରେ କାର୍ଯ୍ୟ କରୁଥିବା ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ମାନେ ଯୋଗଦେଇଥିଲେ l
ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା l
ତେବେ ଏହି ପଞ୍ଚାୟତ ସମିତିରେ ନିର୍ବାଚିତ ଲୋକ ପ୍ରତିନିଧି ମାନଙ୍କ ଅଧିକାର ଓ କ୍ଷମତା ସଂକୁଚିତ ହେଉଥିବା ନେଇ ସଂଗୀନ ଅଭିଯୋଗ ହୋଇଥିଲା l
ପଞ୍ଚାୟତ ସ୍ତରୀୟ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଲୋକଙ୍କ କାମ କରିବା କ୍ଷେତ୍ରରେ କୌଣସି ଅଙ୍କୁଶ ନରହୁ ବୋଲି ବିଧାୟକ ସାରଦା ପ୍ରଧାନ ଆହ୍ୱାନ ଦେଇଥିଲେ l
ଗ୍ରାମାଞ୍ଚଳର ସାମୁହିକ ଉନ୍ନତି ପାଇଁ ସମସ୍ତଙ୍କୁ ଏକାଠି ହୋଇ କାମ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ l


error: Content is protected !!