Spread the love

ସଲମାନଙ୍କ ପାଖରେ ଅଛି ଏମିତି ଏକ ଅସ୍ତ୍ର ଯାହାକୁ ପାର୍ କରିପାରୁନାହାନ୍ତି ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ । ବଲିଉଡର ଭାଇଜାନଙ୍କ ସହ ଛାଇ ପରି ରୁହନ୍ତି । ସଂକଟ ବେଳେ ଆଗକୁ ଆସି ସୁରକ୍ଷା ଦିଅନ୍ତି । କିଏ ଏହି ବ୍ୟକ୍ତି ଯାହାକୁ ନେଇ ଏବେ ସୋସିଆଲ୍ ମିଡିଆରେ ଭାରି ଚର୍ଚ୍ଚା ଆସନ୍ତୁ ଦେଖିବା । ବଲିଉଡ୍ ଅଭିନେତା ଟାଇଗର୍ ଶ୍ରଫଙ୍କ ଉପରେ ଗୁଳିମାଡ଼ ହେବା ଘଟଣା ପରେ ଏବେ ପୂରା ବଲିଉଡ୍ ଆତଙ୍କିତ ଅବସ୍ଥାରେ ଅଛି ।ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ଏହି କାଣ୍ଡ ଭିଆଇଥିବା କୁହାଯାଉଥିବା ବେଳେ ଏବେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୁଲିସ୍ ସଫଳ ହୋଇଛି । କୁହାଯାଉଛି ଯେ ଏହା ପରେ ସଲମାନଙ୍କର ନାଁ ତାଲିକାରେ ଆସିପାରେ । କାରଣ ଏହାର ଆରମ୍ଭ ସଲମାନଙ୍କଠାରୁ ହିଁ ହୋଇଥିଲା । ଯେତେବେଳେ ସେ ‘ହମ୍‌ ସାଥ୍‌ ସାଥ୍‌ ହେଁ’ ଫିଲ୍ମର ସୁଟିଂ ସମୟରେ ରାଜସ୍ଥାନ ଯାଇଥିଲେ ଏବଂ ତାଙ୍କ ଉପରେ କୃଷ୍ଣସାର ମୃଗ ଶିକାରର ଅଭିଯୋଗ ଲାଗିଥିଲା। ଯେହେତୁ କୃଷ୍ଣସାର ମୃଗକୁ ବିଷ୍ଣୋଇ ସଂପ୍ରଦାୟ ଭଗବାନ ବୋଲି ମାନନ୍ତି ତେଣୁ ଲରେନ୍ସ ବିଷ୍ଣୋଇ ସଲମାନଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ଏହାରି ଭିତରେ ବଲିଉଡର ସୁଲତାନଙ୍କୁ ଅନେକଥର ଧମକ ଦିଆଯାଇଛି ଏବଂ ମାରିବାକୁ ଚେଷ୍ଟା କରାଯାଇଥିଲେ ବି ପ୍ରତିଥର କବଚ ହୋଇ ଆଗକୁ ଆସିଛନ୍ତି ସଲ୍ଲୁଙ୍କ ବଡିଗାର୍ଡ ଶେରା । ଯିଏ ସଲମାନଙ୍କ ଛାଇ ପରି ସବୁବେଳେ ସାଥୀରେ ରହିଥା’ନ୍ତି । ତେବେ କିଏ ଏହି ଶେରା ଆସନ୍ତୁ ଦେଖିବା ।

ଗତ ୩୧ ବର୍ଷ ଧରି ପ୍ରତିଟି ସଙ୍କଟ ଏବଂ ଖରାପ ପରିସ୍ଥିତିରେ ସଲମାନଙ୍କ ସଙ୍ଗେ ସୁରକ୍ଷା କବଚ ସାଜି ସବୁବେଳେ ଛିଡ଼ା ହୋଇଛନ୍ତି ତାଙ୍କ ବଡିଗାର୍ଡ ଶେରା । ବିପଦ ଯେତେ ବଡ଼ ହେଉନା କାହିଁକି, ଶେରା ସବୁବେଳେ ସଲମାନଙ୍କୁ ପ୍ରତିରକ୍ଷା ଦେଇଆସିଛନ୍ତି। ଶେରା ନାଁରେ ତାଙ୍କୁ ସମସ୍ତେ ଜାଣୁଥିବା ବେଳେ ତାଙ୍କର ପ୍ରକୃତ ନାଁ ଗୁରମୀତ୍‌ ସିଂହ ଜୋଲି । ୧୯୯୫ ମସିହାରୁ ସେ ସଲମାନ୍‌ ଖାନ୍‌ଙ୍କ ସହ କାମ କରିଆସୁଛନ୍ତି। ଏକ ଆନ୍ତର୍ଜାତୀୟ ଶୋ’ ସମୟରେ ଯେତେବେଳେ ସଲମାନଙ୍କ ସୁରକ୍ଷାକୁ ନେଇ ସମସ୍ୟା ଦେଖାଦେଇଥିଲା, ସେତେବେଳେ ସୋହେଲ୍‌ ଖାନ୍‌ ଶେରାଙ୍କ ସହ ଯୋଗାଯୋଗ କରିଥିଲେ। ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ଶେରା ସଲମାନଙ୍କ ସହ ଛାଇ ଭଳି ଯୋଡ଼ି ହୋଇ ରହିଛନ୍ତି । ସେ ଅନେକ ସାକ୍ଷାତକାରରେ କହିଛନ୍ତି ଯେ “ଯେପର୍ଯ୍ୟନ୍ତ ମୁଁ ଜୀବିତ ଅଛି, ମୋର ମାଲିକ ଅର୍ଥାତ ସଲମାନଙ୍କ ଉପରକୁ କୌଣସି ଆଞ୍ଚ ଆସିବାକୁ ଦେବିନାହିଁ ।” ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଶେରା କେବଳ ଜଣେ ବଡିଗାର୍ଡ ନୁହଁନ୍ତି ବରଂ ସଲମାନଙ୍କ ପରିବାରର ଜଣେ ଅଭିନ୍ନ ଅଙ୍ଗ ପାଲଟି ଯାଇଛନ୍ତି। ସଲମାନ୍‌ ମଧ୍ୟ ଶେରାଙ୍କୁ ନିଜ ଭାଇ ଭଳି ସମ୍ମାନ ଦିଅନ୍ତି ଏବଂ ତାଙ୍କର ପ୍ରତ୍ୟେକ ସୁଖ-ଦୁଃଖରେ ସାମିଲ ହୁଅନ୍ତି। ତାଙ୍କ ପୁଅ ଟାଇଗରଙ୍କୁ ବଲିଉଡ୍‌ରେ ଲଞ୍ଚ୍‌ କରିବା ପାଇଁ ମଧ୍ୟ ସଲମାନ୍‌ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ସଲମାନଙ୍କ ‘ବଡିଗାର୍ଡ’ ଫିଲ୍ମରେ ମଧ୍ୟ ଶେରାଙ୍କ ଏକ ସିନ୍ ଦେଖିବାକୁ ମିଳିଥିଲା ।

error: Content is protected !!