Gen-Z କିଏ? ଯୁବପିଢ଼ିଙ୍କୁ ନେଇ ଏହି ପ୍ରଶ୍ନ ଏବେ ଦିଲ୍ଲୀ ହାଇକୋର୍ଟଙ୍କ ଟିପ୍ପଣୀ ଓ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ। ଅଦାଲତରେ ଦୁଇ ସିଜେପି ନେତାଙ୍କ ବୟସକୁ ନେଇ ପ୍ରଶ୍ନ ଉଠିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ସହ ଅଭିଜିତ ଦୀପକେଙ୍କ ଏକ ପୋଷ୍ଟ ଚର୍ଚ୍ଚାକୁ ଆସିଛି। ତେବେ ଏହି ପୋଷ୍ଟ ପଛରେ କ’ଣ ସନ୍ଦେଶ ରହିଛି?
ଏହା କ’ଣ ଅଦାଲତଙ୍କ ଟିପ୍ପଣୀର ପ୍ରତିକ୍ରିୟା? ଏହାକୁ ନେଇ ଚର୍ଚ୍ଚା ଚାଲିଥିଲେ ମଧ୍ୟ ଅଭିଜିତ ନିଜେ ଏହାର ଉଦ୍ଦେଶ୍ୟ ସ୍ପଷ୍ଟ କରିନାହାନ୍ତି।
ଅଭିଜିତ ଦୀପକେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ଫଟୋ ସେୟାର କରି ଲେଖିଛନ୍ତି, “The only person who qualifies as a GenZ.” ଅର୍ଥାତ୍, ‘କେବଳ ଏହି ବ୍ୟକ୍ତି ହିଁ Gen-Z କୁହାଯିବାର ଯୋଗ୍ୟ।’
କିନ୍ତୁ ଏହି ପୋଷ୍ଟରେ ସେ କୌଣସି ଅଦାଲତ, ମାମଲା କିମ୍ବା ନିର୍ଦ୍ଦିଷ୍ଟ ଘଟଣାର ଉଲ୍ଲେଖ କରିନାହାନ୍ତି। ତଥାପି ଏହାର ସମୟକୁ ଦିଲ୍ଲୀ ହାଇକୋର୍ଟଙ୍କ ଟିପ୍ପଣୀ ସହ ଯୋଡ଼ି ଦେଖାଯାଉଛି।
ବୁଧବାର ଦିଲ୍ଲୀ ହାଇକୋର୍ଟରେ ସିଜେପି ସହ ଜଡ଼ିତ ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କ ହେପାଜତ ଅବଧି ବଢ଼ାଇବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଆବେଦନର ଶୁଣାଣି ହୋଇଥିଲା। ଏହି ସମୟରେ ବିଚାରପତି ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦ ଉଭୟଙ୍କ ବୟସ ପଚାରିଥିଲେ। ଓକିଲଙ୍କ ପକ୍ଷରୁ ସୌରଭଙ୍କ ବୟସ ୨୭ ବର୍ଷ ଓ ଆଶୁତୋଷଙ୍କ ବୟସ ୩୧ ବର୍ଷ ବୋଲି କୁହାଯାଇଥିଲା। ଏହାପରେ ଅଦାଲତ କହିଥିଲେ, ତାହାହେଲେ ଆପଣମାନେ Gen-Z ନୁହନ୍ତି।
ଅକ୍ଟୋବର ୧୯ ତାରିଖରେ ସୌରଭ ଓ ଆଶୁତୋଷଙ୍କ ହେପାଜତ ଅବଧି ବଢ଼ାଇବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆବେଦନ କରିଥିଲେ। ଶୁଣାଣି ସମୟରେ ଅଦାଲତ ଶାନ୍ତି ବଜାୟ ରଖିବା ପାଇଁ ଦିଆଯାଇଥିବା ବଣ୍ଡ ଓ ଏହାର କଥିତ ଉଲ୍ଲଂଘନ ସମ୍ପର୍କରେ ପ୍ରଶ୍ନ କରିଥିଲେ। ପରେ ଉଭୟଙ୍କ ପକ୍ଷରୁ ଆବେଦନ ପ୍ରତ୍ୟାହାର ପାଇଁ ଅନୁମତି ମଗାଯାଇଥିଲା। ଅଦାଲତ ଏହାକୁ ଗ୍ରହଣ କରିଥିଲେ। ତେବେ ମାମଲାର ମେରିଟ୍ ଉପରେ କୌଣସି ଚୂଡ଼ାନ୍ତ ମତ ଦେଇନଥିଲେ।
ଏବେ ପ୍ରଶ୍ନ ହେଉଛି, ଅଭିଜିତ ଦୀପକେଙ୍କ ପୋଷ୍ଟ କେବଳ ଏକ ସାଧାରଣ ମତ ନା ହାଇକୋର୍ଟଙ୍କ ଟିପ୍ପଣୀକୁ ନେଇ ପରୋକ୍ଷ ପ୍ରତିକ୍ରିୟା? ଏହାର ଉତ୍ତର ଏବେ ବି ସ୍ପଷ୍ଟ ନୁହେଁ। କାରଣ ତାଙ୍କ ପୋଷ୍ଟରେ ଏ ସମ୍ପର୍କରେ କୌଣସି ସିଧାସଳଖ ସଙ୍କେତ ନାହିଁ। ତେଣୁ ମୋଦୀଙ୍କୁ ‘ପ୍ରକୃତ Gen-Z’ କହିବା ପଛରେ ଥିବା ଉଦ୍ଦେଶ୍ୟ ଜାଣିବାକୁ ହେଲେ ଅଭିଜିତଙ୍କ ସ୍ପଷ୍ଟୀକରଣକୁ ଅପେକ୍ଷା କରିବାକୁ ପଡ଼ିବ।
More Stories
1win Official App Review – Bonuses, Payments, Mobile Play & Security
1win casino bonus security guide
ଦେଶବିରୋଧୀ କଣ୍ଟେଣ୍ଟରୁ ଦୂରେଇ ରୁହ;ଟିଭି ଚ୍ୟାନେଲ୍କୁ ସରକାରଙ୍କ କଡ଼ା ଚେତାବନୀ