ଭୁବନେଶ୍ୱର : ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ ମାନଙ୍କୁ ଛୁଟି ଦିନରେ ଅନ୍ୟ କୌଣସି କାର୍ଯ୍ୟରେ ନିୟୋଜିତ କରାନଯାଉ.. ନୂତନ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ ବାର୍ତ୍ତା ଦେଲେ AICWC ର ରାଜ୍ୟ ଉପସଭାପତି କୁନା ଦିଗାଲ.
ଭୁବନେଶ୍ୱର ତଥା ଓଡ଼ିଶା ରାଜ୍ୟ ର ସମସ୍ତ ସରକାରୀ କର୍ମଚାରୀ ମାନଙ୍କୁ ଛୁଟି ଦିନ ମାନଙ୍କରେ ଅନ୍ୟ କୌଣସି କାର୍ଯ୍ୟ ରେ ଲିପ୍ତ କରନ୍ତୁ ନାହିଁ ନୂତନ ସରକାର l କାରଣ ମୁଖ୍ୟମନ୍ତ୍ରୀ କିମ୍ବା ଉଚ୍ଚ ପଦସ୍ତ ବରିଷ୍ଟ ଅଧିକାରୀ ମାନଙ୍କର ଯେମିତି ବାପା ମା ଭାଇ ଭଉଣୀ, ପୁଅ ଝିଅ ଜେପରି ସମସ୍ତ ସହ ପରିବାର ଅଛନ୍ତି ସେହିପରି ରାଜ୍ୟରେ କାର୍ଯ୍ୟରତ ଥିବା ସମସ୍ତ ସରକାରୀ କର୍ମଚାରୀ ମାନଙ୍କ ର ମଧ୍ୟ ପରିବାର ଅଛନ୍ତି l କେଉଁ କର୍ମଚାରୀ ଛୁଟି ଦିନରେ ସ୍ତ୍ରୀ ପିଲା ଛୁଆ ଙ୍କ ସହତ ଛୁଟି ମନେଇ ବ ତ ଆଉ କିଏ ବୃଦ୍ଧ ବୃଦ୍ଧା ଅବସ୍ତା ରେ ରହୁଥିବା ବାପା ମା ଙ୍କ ସହିତ ଟିକେ ଛୁଟି ମନେଇ ଛୁଟି ଦିନରେ ହେଲେ ବାପା ମା ଙ୍କର ସେବା ଟିକେ କରି ପାରନ୍ତେ l ରାଜ୍ୟରେ ଥିବା ସମସ୍ତ ସରକାରୀ କର୍ମଚାରୀ ମାନଙ୍କୁ ପୂର୍ବ ସରକାର ଠାରୁ ହିଁ ଛୁଟି ଦିନ ମାନଙ୍କରେ ମଧ୍ୟ କୌଣସି ନା କୌଣସି କାର୍ଯ୍ୟରେ ନିୟୋଜିତ କରାଯାଉଛି l ଫଳରେ ସେମାନେ ନିଜର କର୍ମକୁ ଆଦରି ଯେପରି କି ବଡ଼ କୁ ଉତ୍ତର ନାହିଁ ସେହିପରି ବହୁ ଦୁଃଖ ରେ ରହୁଥିବା ଅନେକ ସମୟରେ ଦେଖିବାକୁ ମିଳୁଛି l ସମସ୍ତ ଙ୍କର ଗୋଟିଏ ଗୋଟିଏ ପରିବାର ଅଛି ଯେପରି ନେତା ମନ୍ତ୍ରୀ ମାନଙ୍କ ର ଅଛି l ତେଣୁ ରାଜ୍ୟର ନୂତନ ସରକାର ଵା ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହୋଦୟ ଙ୍କୁ AICWC ର ରାଜ୍ୟ ଉପସଭାପତି ତଥା ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟ ର ଅଧ୍ୟକ୍ଷ କୁନା ଦିଗାଲ ଅନୁରୋଧ ବାର୍ତ୍ତା ଦେଇ କହିଛନ୍ତି କି ରାଜ୍ୟରେ ସମସ୍ତ ବିଭାଗର ଯେତିକି ସରକାରୀ କର୍ମଚାରୀ ଅଛନ୍ତି ସମସ୍ତ ଙ୍କୁ ଛୁଟି ଦିନ ମାନଙ୍କରେ ଅନ୍ୟ କୌଣସି କାର୍ଯ୍ୟରେ ନିୟୋଜିତ ନ କରି ସହ ପରିବାର ବର୍ଗ ଙ୍କ ସହିତ ଛୁଟି ମନେଇବା ନିମନ୍ତେ ନୂତନ ମୁଖ୍ୟମନ୍ତ୍ରୀ ସୁଚିନ୍ତକ ନିର୍ଦେଶ ନାମା ଦେଲେ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ ମାନେ ଖୁସି ବ୍ୟକ୍ତ ହୁଅନ୍ତେ ବଲି ପୂର୍ଣ୍ଣଆଶା l ଅଧ୍ୟକ୍ଷ ଶ୍ରୀ ଦିଗାଲ ଙ୍କର ଏଭଳି ସୁ ବାର୍ତ୍ତା ପାଇଁ ରାଜ୍ୟ ର ସମସ୍ତ ସରକାରୀ କର୍ମଚାରୀ ମାନେ ସାଧୁବାଦ ଜଣେଇଛନ୍ତି l
More Stories
IAS ସ୍ତରରେ ଅଦଳବଦଳ -IAS ସ୍ତରରେ
ତ୍ରିଲୋଚନ ମାଝୀ- ଗୃହ ବିଭାଗର ଅତିରିକ୍ତ ସଚିବ
ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ାଉ