ପୁଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲାରେ ୧୧୭ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି । ଗତକାଲି ଗିରଫ ୧୧୭ଜଣଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ ପଠାଇ ଦିଆଯାଇଛି । ଆହୁରି ୯ ଦଲାଲଙ୍କୁ ଅଜ୍ଞାତ ସ୍ଥାନରେ ଅଟକ ରଖି ପଚରା ଉଚରା କରୁଛି ପୁଲିସ । ତେବେ ରିମାଣ୍ଡ ସମ୍ପର୍କରେ କେହି ମୁହଁ ଖୋଲି ନାହାନ୍ତି ପୁରୀ, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ, ବାଲେଶ୍ୱର, ଖୋର୍ଦ୍ଧା, ଢେଙ୍କାନାଳ, ନୟାଗଡ଼ ଭଳି ୩୦ ଜିଲ୍ଲାର ପରୀକ୍ଷାର୍ଥୀ ଏହି ମାମଲାରେ ଛନ୍ଦି ହୋଇଛନ୍ତି ।
ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୧୧୪ ପରୀକ୍ଷାର୍ଥୀ ଥିଲା ବେଳେ ୩ ଦଲାଲ ଜେଲ ଯାଇଛନ୍ତି । ସେମାନଙ୍କ ନିକଟରୁ ୧୨୦ରୁ ଅଧିକ ମୋବାଇଲ, ଆଧାରକାର୍ଡ, ସାମ୍ପଲ ପ୍ରଶ୍ନପତ୍ର, ବାୟୋଡାଟା ଓ ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୁଲିସ ଜବତ କରିଛି ବୁଧବାର ଦିନ ତମାମ ସେମାନଙ୍କୁ ଜେରା କରାଯାଇଥିଲା ବେଳେ କେହି ମୁହଁ ଖୋଲି ନଥିବା ଜଣା ପଡ଼ିଛି ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…