January 25, 2026

Now Odisha

Now Odisha

ପୁଲିସ୍ ଏସଆଇ ପରୀକ୍ଷା ଜାଲିଆତି ମାମଲା : କୋର୍ଟଚାଲାଣ ହେଲେ ୧୧୭ ଜଣ

Spread the love

ପୁଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲାରେ ୧୧୭ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି । ଗତକାଲି ଗିରଫ ୧୧୭ଜଣଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ ପଠାଇ ଦିଆଯାଇଛି । ଆହୁରି ୯ ଦଲାଲଙ୍କୁ ଅଜ୍ଞାତ ସ୍ଥାନରେ ଅଟକ ରଖି ପଚରା ଉଚରା କରୁଛି ପୁଲିସ । ତେବେ ରିମାଣ୍ଡ ସମ୍ପର୍କରେ କେହି ମୁହଁ ଖୋଲି ନାହାନ୍ତି ପୁରୀ, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ, ବାଲେଶ୍ୱର, ଖୋର୍ଦ୍ଧା, ଢେଙ୍କାନାଳ, ନୟାଗଡ଼ ଭଳି ୩୦ ଜିଲ୍ଲାର ପରୀକ୍ଷାର୍ଥୀ ଏହି ମାମଲାରେ ଛନ୍ଦି ହୋଇଛନ୍ତି ।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୧୧୪ ପରୀକ୍ଷାର୍ଥୀ ଥିଲା ବେଳେ ୩ ଦଲାଲ ଜେଲ ଯାଇଛନ୍ତି । ସେମାନଙ୍କ ନିକଟରୁ ୧୨୦ରୁ ଅଧିକ ମୋବାଇଲ, ଆଧାରକାର୍ଡ, ସାମ୍ପଲ ପ୍ରଶ୍ନପତ୍ର, ବାୟୋଡାଟା ଓ ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୁଲିସ ଜବତ କରିଛି ବୁଧବାର ଦିନ ତମାମ ସେମାନଙ୍କୁ ଜେରା କରାଯାଇଥିଲା ବେଳେ କେହି ମୁହଁ ଖୋଲି ନଥିବା ଜଣା ପଡ଼ିଛି ।

error: Content is protected !!