କୁକୁର କାମୁଡ଼ିଲା ଡରିକି ପିଲା ଘରେ କହିଲା ନାହିଁ


୪୫ଦିନରେ ଚାଲିଗଲା ଜୀବନ|ବାପା ମା’ କାଳେ ରାଗିବେ ବୋଲି ପୁଅ ଘରେ କହିଲା ନାହିଁ ତାକୁ କୁକୁର କାମୁଡି ଦେଇଛି । ଠିକ୍ ୪୫ ଦିନ ପରେ ପିଲାଟିର ଅକାଳ ମୃତ୍ୟୁ ହୋଇଗଲା। ବାପା ମା’ ରୋଗର ଲକ୍ଷଣ ଜାଣିଲା ବେଳକୁ ବହୁତ ଡେରି ହୋଇ ସାରିଥିଲା । ପୁଅର ଜୀବନ ବଂଚେଇବା ପାଇଁ ସେମାନେ ଭିନ୍ନ ଭିନ୍ନ ଡ଼ାକ୍ତରଖାନା ଧାଇଁଥିଲେ ମଧ୍ୟ ଡାକ୍ତର କିଛି କରି ପାରିଲେ ନାହିଁ। କାରଣ କୁକୁର କାମୁଡିଲେ ତୁରନ୍ତ ଇଞ୍ଜେକସନ ଦିଆଯାଏ। ୨୧ ଦିନ ଯାଏଁ ଇଞ୍ଜେକସନ ଲଗାଯିବା ପ୍ରକ୍ରିୟା ଚାଲୁ ରୁହେ । ହେଲେ ଗାଜିଆବାଦ୍ ର ବାଳକ ସାବେଜ୍ କୁ କୁକୁର କାମୁଡିବା ପରେ ଡରିକି ସେ ଘରେ କିଛି କହିନଥିଲା । ଯାହା ଫଳରେ ବାପା କୋଳରେ ସବୁଦିନ ପାଇଁ ଆଖି ବୁଜିଦେଲା ପୁଅ । ଉତ୍ତର ପ୍ରଦେଶ ଗାଜିଆବାଦ୍ ର ଏହି ଘଟଣା ଏବେ ସୋସିଆଲ୍ ମିଡିଆରେ ପ୍ରସାରିତ ହୋଇ ସାରିଛି । ଏ ଖବରଟି ଆପଣ ନିଜ ପିଲାଙ୍କୁ ଜଣାନ୍ତୁ ଏବଂ ଉଚିତ୍ ମନେକଲେ ଖବରଟିକୁ ବହୁଳ ଭାବରେ ସେୟାର ମଧ୍ୟ କରନ୍ତୁ ।୧୫ ବର୍ଷୀୟ ପୁଅ ଭିତରେ ରାବିଜ୍ ର ଲକ୍ଷଣ ଦେଖାଗଲା ବୋଲି ବାପା ମାଆ ଡାକ୍ତରଙ୍କ ନିକଟକୁ ଗଲେ – ହେଲେ ଡାକ୍ତର କହିଲେ ବହୁ ବିଳମ୍ବ ହୋଇ ସାରିଲାଣି । କଷ୍ଟରେ ଏବଂ ଯନ୍ତ୍ରଣାରେ ଆଉଟୁ ପାଉଟୁ ହୋଇ ପିଲାଟି ବାପାର କୋଳରେ ହିଁ ଶେଷରେ ଆଖି ବୁଜିଦେଲା। ଯେତେବେଳେ ପୁଅ ପାଣିକୁ ଦେଖି ଡରିଲା, ପବନକୁ ଭୟ କଲା ବାପା ବୁଝିଗଲେ ଏହା ରାବିଜ୍ ର ଲକ୍ଷଣ। ପଚାରିବାରୁ ପିଲା କହିଲା ସପ୍ତାହ ତଳେ କୁକୁର କାମୁଡି ଥିଲା ବୋଲି । ହେଲେ ସେତେବଳକୁ ଭୟଙ୍କର ଜଳାତଙ୍କ ରୋଗର ଭୂତାଣୁ ଦେହସାରା ବଢ଼ି ସାରିଥିଲା । ତେଣୁ କୁକୁର କାମୁଡ଼ିଲେ ହେୟ ଜ୍ଞାନ ନକରି ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ, ପରାମର୍ଶ କରି ଇଞ୍ଜେକସନ ନେବା ଆରମ୍ଭ କରିବାକୁ ଅନୁରୋଧ। ସୁସ୍ଥ ରୁହନ୍ତୁ, ଜୀବନକୁ ବୁଝନ୍ତୁ।


error: Content is protected !!