ଫେସବୁକରେ ଫେକ୍ ଆଇଡି କରି ଲୁଟିନେଲେ ୩୪ଲକ୍ଷ ଟଙ୍କା ଶିକାର ହୋଇଛନ୍ତି NTPCରେ କାର୍ଯ୍ୟରତ ଇଞ୍ଜିନିୟର


ଫେସବୁକରେ ଫେକ୍ ଆଇଡି କରି ଲୁଟିନେଲେ ୩୪ଲକ୍ଷ ଟଙ୍କା । ଲୁଟର ଶିକାର ହୋଇଛନ୍ତି ଛତିଶଗଡ଼ NTPCରେ କାର୍ଯ୍ୟରତ ଇଞ୍ଜିନିୟର ଅଙ୍କିତ । ଅଭିଯୁକ୍ତ ବ୍ରହ୍ମପୁରର ଶ୍ରୀଧର ମହାରଣା । ସେ ଶିବାନୀ ପଣ୍ଡା ନାମରେ ଫେକ୍ ଆକାଉଣ୍ଟ ଖୋଲି ଅଙ୍କିତଙ୍କୁ ପ୍ରେମ ଜାଲରେ ଫସାଇଥିଲେ । ପ୍ରାୟ ୧ବର୍ଷ ଧରି ଲୁଟି ଚାଲିଥିଲେ ଶ୍ରୀଧର ।ଶ୍ରୀଧର ନିଜକୁ ମେଡିକାଲ ଛାତ୍ରୀ କହି ପାଠପଢାର ବାହାନା କରି ଟଙ୍କା ଲୁଟିଥିଲେ । ବାପାଙ୍କ ଦେହ ଖରାପ କହି ମଧ୍ୟ ଅନେକ ସମୟରେ ଟଙ୍କା ନେଇଥିଲେ । ଫୋନ୍ ପେରେ ଅଙ୍କିତ ଟଙ୍କା ଦେଇଥିଲେ । ଭୁବନେଶ୍ବର ସାଇବର ଥାନା ପୋଲିସ ଶ୍ରୀଧରଙ୍କୁ ଗିରଫ କରିଛି ।


error: Content is protected !!