ଉତ୍ତର ପ୍ରଦେଶ ଖ୍ରୀ୨୦୦୧ରେ ଜଗଦଗୁରୁ ଶ୍ରୀକୃପାଳୁଜୀ ମହାରାଜଙ୍କ ଦ୍ୱାରା ଶିଳାନ୍ୟାସ ପୂର୍ବକ ଶୁଭାରମ୍ଭ ହୋଇ ଖ୍ରୀ୨୦୧୨ରେ ପ୍ରତିଷ୍ଠା ହୋଇଥିଲା lଏହି ମନ୍ଦିରର ଉପାସ୍ୟ ଦେବତା ହେଉଛନ୍ତି ଶ୍ରୀରାଧାଗୋବିନ୍ଦ ତଳ ମହଲାରେ ପୂଜା ପାଆନ୍ତି lଏହି ମନ୍ଦିରରେ ଶ୍ରୀ ସୀତାରାମ ମଧ୍ୟ ଉପର ମହଲାରେ ପୂଜା ପାଉଛନ୍ତି lମନ୍ଦିରଟି ୫୫ଏକର ଜାଗା ଉପରେ ଅବସ୍ଥିତ l ଏକ ହଜାର ମିସ୍ତ୍ରୀ ବାର ବର୍ଷ ଲାଗି ଏହି ୭୩,୦୦୦ବର୍ଗ ଫୁଟ ସ୍ତମ୍ଭ ନଥିବା ମନ୍ଦିର ତିଆରି କରିଥିଲେ l ଏଥିରେ୨୫,୦୦୦ଭକ୍ତ ଶ୍ରଦ୍ଧାଳୁ ଏକକାଳୀନ ବସି ଭଜନ କରି ପାରିବେ l ଏହି ମନ୍ଦିର ନିର୍ମାଣରେ କେବଳ ଇଟାଲିଆନ ମାର୍ବଲ ବ୍ୟବହାର କରାଯାଇଛି lଏହି ମନ୍ଦିରର ଏକ ଶାଖା ମନ୍ଦିର ଭକ୍ତି ମନ୍ଦିର ୨୦୦୫ମସିହାରେ ପ୍ରତିଷ୍ଠିତ ହୋଇଥିଲା l ଶ୍ରୀରାଧାଙ୍କ ଜନ୍ମସ୍ଥାନ ବର୍ଷାନାରେ ଅନ୍ୟ ଏକ ଭବ୍ୟ କୀର୍ତ୍ତି ମନ୍ଦିର ଖ୍ରୀ ୨୦୧୯ରେ ସ୍ଥାପିତ ହୋଇଛି lଏହି ସମସ୍ତ ମନ୍ଦିର ଗୁଡିକ ଶ୍ରୀ କୃପାଳୁଜୀ ମହାରାଜ ଟ୍ରଷ୍ଟ ମାଧ୍ୟମରେ ପରିଚାଳିତ ହେଉଛି l
More Stories
କିଏ ଏହି ରେଭେନ୍ସା ? କାହିଁକି ତାଙ୍କ ନାମରେ ନାମିତ ହୋଇଛି ବିଶ୍ୱବିଦ୍ୟାଳୟ ? ଜାଣନ୍ତୁ…
ବଢ଼ିଲା କମର୍ସିଆଲ ଗ୍ୟାସ ଦର
ଆଜିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ