ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡ଼ା ଗ୍ରାମର ବିଜୁ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି


ପୋଲସରା ବ୍ଲକ୍ ଅନ୍ତର୍ଗତ ଢୁଙ୍କାପଡ଼ା ଗ୍ରାମର ବିଜୁ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ବିଜୁ ଜନତା ଦଳର ସଂଗଠନକୁ ସୁଦୃଢ଼ କରିବା ପାଇଁ କର୍ମୀ ମାନଙ୍କୁ ଆହ୍ଵାନ ଦେଇଛନ୍ତି।ପୋଲସରା ବ୍ଲକ୍ ଓ ଏନ୍.ଏ.ସି ର ଜନ ପ୍ରତିନିଧି ସହ ବିଜୁ ଜନତା ବରିଷ୍ଠ କର୍ମୀ ମାନେ ଉପସ୍ଥିତ ଥିଲେ। ତା – ୧୦/୦୯/୨୦୨୩ ବିଜୁ ଜନତା ଦଳ ଭଦ୍ରକ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ପୂର୍ବତନ ମନ୍ତ୍ରୀ ତଥା ଭଦ୍ରକ ଜିଲ୍ଲାର ମାନ୍ୟବର ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ଉପସ୍ଥିତିରେ ଜିଲ୍ଲାର ସମସ୍ତ ବିଧାୟକ,ସାଂସଦ ଉପସ୍ଥିତିରେ ଯୁବ,ଛାତ୍ର,ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ନେଇ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ଆସନ୍ତା ସାଧାରଣ ନିର୍ବାଚନରେ ବିରୋଧୀଙ୍କ ମିଛ ପ୍ରଚାରକୁ ପ୍ରତିହତ କରି ତୃଣମୂଳ ସ୍ତରରେ ଘରେ ଘରେ ନବୀନ ଓଡ଼ିଶାର ବିକାଶ ବାର୍ତ୍ତାକୁ ପହଞ୍ଚାଇ କିଭଳି ଦଳକୁ ମଜବୁତ୍ କରାଯିବ। କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ।


error: Content is protected !!