ମୋବାଇଲ ଦୋକାନରୁ ଚୋରି ଚୋରି କରୁଥିବା ସମୟର ଦୃଶ୍ୟ ସିସିଟିଭି କ୍ୟାମେରା କଏଦ ହୋଇଛି


ନବରଙ୍ଗପୁର:(ନିର୍ମଳ ବିଷୋୟୀ):-ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର NH 26 ରାସ୍ତା ନିକଟରେ ଥିବା ଶମ୍ଭୁ ସେଲ ପଏଣ୍ଟ ନାମକ ମୋବାଇଲ ଦୋକାନରୁ ଚୋରି ହୋଇଛି। ଜଣେ ଯୁବକ ଦୋକାନରୁ ଏକ ମୋବାଇଲ ଚୋରି କରୁଥିବା ସମୟର ଦୃଶ୍ୟ ସିସିଟିଭି କ୍ୟାମେରା ରେ କଏଦ ହୋଇଛି ଏବଂ ଚୋରି କରୁଥିବା ସମୟର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାୟରାଲ ହୋଉଛି। ଏ ସମ୍ପର୍କ ରେ ମୋବାଇଲ ଦୋକାନ କର୍ମଚାରୀ ମୈଦଲପୁର ଥାନା ରେ ଏତଲା ଦେଇଛନ୍ତି।ମିଳିଥିବା ସୂଚନା ମୁତାବକ, ଆଜି ମଦ୍ଧାହ୍ନ ପ୍ରାୟ 12ଟା ସମୟରେ ଦୋକାନରେ କେତେକ ଯୁବକ ଶମ୍ଭୁ ସେଲ ପଏଣ୍ଟ କୁ ଆସିଥିଲେ।ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଦୋକାନରୁ କିଛି କିଣାକିଣି କରିଥିଲେ। କିଛି ସମୟ ପାଇଁ ଦୋକାନ କର୍ମଚାରୀ ଖୁଚୁରା ଆଣିବାକୁ ବାହାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ଜଣେ ଯୁବକ ସେ ସମୟରେ ଦୋକାନରେ ଉପସ୍ଥିତ ଜଣେ ଅଚିହ୍ନ ଯୁବକ ଦୋକାନ ସୋ-କ୍ୟାସରେ ଥିବା ଗୋଟିଏ ମୋବାଇଲ ଚୋରି କରିନେଇଥିଲା।ଚୋରି ସମୟର ଦୃଶ୍ୟ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରା ରେ ଚୋରି କରୁଥିବା ସମୟର ଦୃଶ୍ୟ କଏଦ ହୋଇଛି।


error: Content is protected !!