ଭୁବନେଶ୍ୱର ଠାରେ ଓଡ଼ିଶା ସରକାରଙ୍କ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ରାଜ୍ୟ ପରିବହନ ବିଭାଗ ସଚିବ ସମ୍ମାନନିୟା ଶ୍ରୀମତୀ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି


ଭୁବନେଶ୍ୱର:(ରମାକାନ୍ତ ବେହେରା):-ଆଜି ତା11/09/2023ରିଖ ଦିନ ଖାରବେଳ ଭବନ,ଭୁବନେଶ୍ୱର ଠାରେ ଓଡ଼ିଶା ସରକାରଙ୍କ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ରାଜ୍ୟ ପରିବହନ ବିଭାଗ ସଚିବ ସମ୍ମାନନିୟା ଶ୍ରୀମତୀ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ସମ୍ମାନନୀୟ ବିଧାୟକ ବବି ଦାସ,ପରିବହନ କମିଶନର ସମ୍ମାନନୀୟ ଅମିତାଭ ଠାକୁର(ଆଇପିଏସ),ମୋବସ ପରିଚାଳନା ମୁଖ୍ୟ ସମ୍ମାନନୀୟ ଅରୁଣ ବୋଥ୍ରା(ଆଇପିଏସ),ଓଡ଼ିଶା ଘରୋଇ ବସ ମାଲିକ ସଙ୍ଘ ସାଧାରଣ ସମ୍ପାଦକ ସମ୍ମାନନୀୟ ଦେବେନ୍ଦ୍ର ସାହୁଙ୍କ ସମେତ ଅନ୍ୟାନ୍ୟ ରାଜ୍ୟ କର୍ମକର୍ତ୍ତା ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଗ୍ରାମାଞ୍ଚଳରେ ଲାକମୀ ଓ ମୋ ବସ ଚାଲିବା ବିଷୟରେ ବିସ୍ତୃତ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।ସୁବିଧା ଓ ଅସୁବିଧା ବିଷୟରେ ପ୍ରତ୍ୟେକ ଦିଗରୁ ଆଲୋଚନା ହେବା ପରେ ରାଜ୍ୟ ସରକାରଙ୍କ ପରିବହନ ବିଭାଗର ସର୍ବୋଚ୍ଚ ନିଷ୍ପତ୍ତି ଉପରେ ଛାଡି ଦିଆଯାଇଛି ବୋଲି ବିଶେଷ ସୂତ୍ରରୁ ପ୍ରକାଶ।


error: Content is protected !!