ଅଷ୍ଟାଦଶ ଶତାବ୍ଦୀର ସନ୍ଥସାଧକ ଏବଂ ବ୍ରହ୍ମଲୀନ ମହାପୁରୁଷ ଅରକ୍ଷିତ ଦାସଙ୍କ ସିଦ୍ଧି ଓ ସାଧନାର ପୀଠ ଏବଂ ମହାମାୟୀ ମା’ ଓଳାଶୁଣୀଙ୍କ ପୁତ ପାବନକ୍ଷେତ୍ର ଠାରେ ଆସନ୍ତା ବର୍ଷ ଅନୁଷ୍ଠିତ ହେବ


ଅଷ୍ଟାଦଶ ଶତାବ୍ଦୀର ସନ୍ଥସାଧକ ଏବଂ ବ୍ରହ୍ମଲୀନ ମହାପୁରୁଷ ଅରକ୍ଷିତ ଦାସଙ୍କ ସିଦ୍ଧି ଓ ସାଧନାର ପୀଠ ଏବଂ ମହାମାୟୀ ମା’ ଓଳାଶୁଣୀଙ୍କ ପୁତ ପାବନକ୍ଷେତ୍ର ଠାରେ ଆସନ୍ତା ବର୍ଷ ଅନୁଷ୍ଠିତ ହେବ।ଶ୍ରୀ ସତ୍ୟସାଇ ସେବା ସଂଗଠନର ରାଜ୍ୟସ୍ତରୀୟ ଏହି ପବିତ୍ର ଆଧ୍ୟାତ୍ମିକ ସମ୍ମିଳନୀ।ସାରା ଓଡିଶାର ସାଇସଂଗଠନ ଗୁଡିକରୁ ଭାଇଭଉଣୀମାନେ ଏହି ଭବ୍ଯ ଓ ଦିବ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ ଓଳାଶୁଣୀ ଗୁମ୍ଫା ପୀଠ ରାଜସ୍ୱ ମାନଚିତ୍ରରେ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ପଲାଇ ଗ୍ରାମରେ ଅନୁଷ୍ଠିତ ହୋଇଥିଲେ ମଧ୍ୟ ସାଇ ସଂଗଠନର ସାଇ ଜିଲ୍ଲା କେନ୍ଦ୍ରାପଡା ଅନ୍ତର୍ଗତ ଗତକାଲି ୧୦ ସେପ୍ଟେମ୍ବର ରବିବାର ଦିନ ରାଜ୍ୟ ସମ୍ମିଳନୀ ପାଇଁ ଏକ ପ୍ରସ୍ତୁତି ବୈଠକ ଓଳାଶୁଣୀ ଗୁମ୍ଫା ପୀଠ ଗଣେଶମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା।ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ତଥା ଶ୍ରୀ ସତ୍ୟସାଇ ସେବା ସଂଗଠନର ରାଜ୍ୟସ୍ତରୀୟ କର୍ମକର୍ତ୍ତା ଡକ୍ଟର ଅଶୋକ କୁମାର ହୋତା, କେନ୍ଦ୍ରାପଡା ଜିଲ୍ଲା ସଭାପତି ଉମେଶ ଚନ୍ଦ୍ର ନାୟକ, ପୂର୍ବତନ ଜିଲ୍ଲା ସଭାପତି ଚନ୍ଦ୍ରମଣି ସାହୁ, ନରେନ୍ଦ୍ର ନାଥ ପତି, ଅନୁଗୁଳ ଜିଲ୍ଲା ସଭାପତି ଦୁର୍ଗାପ୍ରସାଦ ଭାଇ, ରାଜକିଶୋର ମିଶ୍ର, ସ୍ମୃତି ରଂଜନ ଜେନା, ବିଷ୍ଣୁପ୍ରସାଦ ସାମଲ, ପ୍ରଶାନ୍ତ କୁମାର ସାମଲ, ଶରତ ଚନ୍ଦ୍ର ପାତ୍ର ,ସୁମନ୍ତ କୁମାର ଭୂୟାଁଙ୍କ ସମେତ ଅନେକ ସାଇଆଶ୍ରିତ ଏବଂ ଗୃପ ଲିଡର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ରାଜ୍ୟ ସମ୍ମିଳନୀ ସଫଳତାର ସହିତ ସଂପନ୍ନ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା।ରାଜ୍ୟ ସମ୍ମିଳନୀ ପାଇଁ ଗଠିତ ବିଭିନ୍ନ ବିଭାଗ ଯଥା କୋର୍ କମିଟି, ଅର୍ଥ କମିଟି, ରହଣି ଆବାସ, ପରିବହନ, ରୋଷେଇ ସରଞ୍ଜାମ କ୍ରୟ, ଖାଦ୍ୟ ପ୍ରସ୍ତୁତି, ଖାଦ୍ୟ ପରିବେଷଣ, ପାନୀୟ ଜଳ ଯୋଗାଣ, ପ୍ରକାଶନ, ନାମ ପଂଜିକରଣ, ସୂଚନା ଓ ଯୋଗାଯୋଗ, ସାଜସଜ୍ଜା, ନିର୍ମାଣ, ସାଂସ୍କୃତିକ କାର୍ଯ୍ୟକ୍ରମ, ଶୋଭାଯାତ୍ରା, ଲିଆସନ ଏବଂ ନିମନ୍ତ୍ରଣ, ପ୍ରଦର୍ଶନୀ, ପରିଷ୍କାର ପରିଛନ୍ନତା, ଅଡିଓ-ଭିଡିଓ-ବ୍ୟାନର-ହୋର୍ଡିଂ, ପ୍ରେସ୍ ଓ ମିଡିଆ, ପ୍ରାଥମିକ ଚିକିତ୍ସା/ମେଡିକାଲ, ଶୃଙ୍ଖଳା ରକ୍ଷା, ଅଭ୍ୟର୍ଥନା, ଭଣ୍ଡାର ଘର, ସେବାଦଳ-ସୁରକ୍ଷା-ପ୍ରଶାନ୍ତି ସେବା ଇତ୍ୟାଦି ବିଭିନ୍ନ ବିଭାଗର କମିଟି ସହିତ ସବିସ୍ତୃତ ଆଲୋଚନା କରାଯାଇଥିଲା।ପ୍ରେସ୍ ଓ ମିଡିଆ ଗୃପରେ ମୁଁ ମୋ ମତାମତ ଦେଇଥିଲି।ଆଗାମୀ ବୈଠକରେ ଗୃପଲିଡର ମାନେ ନିଜ ନିଜର ସଦସ୍ୟମାନଙ୍କ ସହିତ ଆଲୋଚନା ଶେଷକରି ସବିସ୍ତୃତ କାର୍ଯ୍ୟାନ୍ୱୟନ ସଂକ୍ରାନ୍ତରେ ଉପସ୍ଥାପନ କରିବେ ବୋଲି ସୂଚନା ଦିଆଯାଇଥିଲା।


error: Content is protected !!