ଆସନ୍ତା ସେପ୍ଟେମ୍ୱର ୨୭ରେ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ମହାସଘଂ ମିଳିତ ମଞ୍ଚ ପକ୍ଷରୁ ବିଧାନ ସଭା ସମ୍ମୁଖରେ ବିକ୍ଷୋଭ


ଭୁବନେଶ୍ବର ତା ୧୩/୯ ଆସନ୍ତା ସେପ୍ଟେମ୍ୱର ୨୭ ତାରିଖ ରେ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ମହାସଂଘ ପକ୍ଷରୁ୧୪ ଦଫା ଦାବି ନେଇ ବିଧାନ ସଭା ଘେରାଉ କରିବା ଲାଗି ଆଜି ମିଳିତ ମଞ୍ଚ ପକ୍ଷରୁ ଏକ ପ୍ରେସ ଇସ୍ତାହାରରେ କୁହାଯାଇଛି।ନାଗ ଭୂଷଣ ଭବନ ଠାରେ ଅନୁଷ୍ଠିତ ବୈଠକ ରେ ପାଚିକା ଓ ସହାୟିକା ମାନଙ୍କର ଦରବୃଦ୍ଧି,ଅବସର ବୟସ ୬୫ ବର୍ଷ,୧୦ମାସ ପରିବର୍ତ୍ତେ ୧୨ମାସର ଦରମା ପ୍ରଦାନ ଓ ଅବସର ସମୟରେ ଆଶା ଓ ଅଙ୍ଗନୱାଡ଼ି ଙ୍କ ପରି ୫୦,୦୦୦ ସହାୟତା ଆଦି ଦାବି କୁ ନେଇ ବିଧାନ ସମ୍ମୁଖରେ ଅନିଧିଷ୍ଠ କାଳ ଲାଗି ଧାରଣା ଦୀୟଜିବାକୁ ନିଷ୍ପତି ନିଆଯାଇଛି।ଏହି ବୈଠକ ରେ ମିଳିତ ମଞ୍ଚ ର ଆବାହକ ତଥା ଏ ଆଇ ସି ସି ଟି ୟୁ ର ରାଜ୍ୟ ସମ୍ପାଦକ ମହେନ୍ଦ୍ର ପରିଡା, ଏ ଆଇ ଟି ୟୁ ସି ର ରାଜ୍ୟ ସମ୍ପାଦକ ବିଜୟ ଜେନା,ସି ଆଇ ଟି ୟୁ ର ନେତା ସତ୍ୟାନନ୍ଦ ବେହେରା ଓ ଏ ଆଇ ୟୁ ଟି ୟୁ ସି ର ରାଜ୍ୟ ସମ୍ପାଦକ ଜୟ ସେନ ମେହେର, ନିରଂଜନ ମହାନ୍ତି ଓ ଏଚ ଏମ ଏସ ର ନେତ୍ରୀ ଲକ୍ଷ୍ମୀ ପ୍ରିୟ ମହାନ୍ତି,କାଞ୍ଚନ ବଲା ରାଉତ ଉପସ୍ଥିତ ଥିଲେ।


error: Content is protected !!