ଭୁବନେଶ୍ବର: ସ୍ଥଗିତ ରହିଲା ପ୍ରାଥମିକ ଶିକ୍ଷକ ଆନ୍ଦୋଳନ। ଆନ୍ଦୋଳନକୁ ସ୍ଥଗିତ ରଖାଯିବାକୁ ନିଷ୍ପତ୍ତି ନିଆଯାଇଥିବା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘର ମହାସଚିବ ଚାରୁଲତା ମହାପାତ୍ର ସୂଚନା ଦେଇଛନ୍ତି। ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକରେ ଶିକ୍ଷକ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ସଂଘ ପକ୍ଷରୁ କୁହାଯାଇଛି। ବୈଠକରେ ଦାବୀ ପୂରଣ ପାଇଁ ସରକାର ଡିସେମ୍ବର ଯାଏ ସମୟ ମାଗିଛନ୍ତି। ଏହି ସମୟ ଅବଧି ମଧ୍ୟରେ ଦାବୀ ପୂରଣ ହେବ ବୋଲି ସରକାର ପ୍ରତିଶ୍ରୁତି ଦେଇଥିବା ମହାସଚିବ ସୂଚନା ଦେଇଛନ୍ତି।
More Stories
୧୩ ଦିନ ହେଲା ଟଙ୍କା ନେଇ ଛୁ ପୋଷ୍ଟ ମାଷ୍ଟର କାହାର ଲକ୍ଷେ ତ କାହାର ୯୦ ହଜାର ସବୁକୁ ନେଇ ଫେରାର
ଅଭିଲିପ୍ସା ଦାସ ମହିଳା ଫୁଟବଲ ଖେଳ ପାଇଁ ସବ ଜୁନିଅର ବର୍ଗରେ ଖେଳି ଓଡିଶା ପାଇଁ ଗୌରବ
ବାଙ୍ଗିରିପୋଷି ଦୁଆରଶୁଣି ଘାଟିରେ ପୁଣି ଦୁର୍ଘଟଣା, ଚାଲିଗଲା ଦୁଇ ଜଣଙ୍କ ଜୀବନ