ଦୋଷୀ ନେତାଙ୍କୁ ନିର୍ବାଚନ ଲଢ଼ିବା ଉପରେ ଲଗାଯାଉ ଆଜୀବନ ପ୍ରତିବନ୍ଧକ ସୁପ୍ରିମକୋର୍ଟରେ ଆମିକସ୍‌ କ୍ୟୁରିଙ୍କ ରିପୋର୍ଟ


ଦୋଷୀ ନେତାଙ୍କୁ ଛଅ ବର୍ଷ ନୁହେଁ ବରଂ ଆଜୀବନ ନିର୍ବାଚନ ଲଢ଼ିବାକୁ ନଦିଆଯିବା ଦରକାର। ଦୋଷୀ ନେତାଙ୍କ ଆଜୀବନ ନିର୍ବାଚନ ଲଢ଼ିବା ଉପରେ ରୋକ୍ ଲଗାଇବା ପ୍ରସଙ୍ଗରେ ଏଭଳି କହିଛନ୍ତି ଆମିକସ କ୍ୟୁରି। ପ୍ରକୃତରେ ଦୋଷୀ ନେତାଙ୍କ ନିର୍ବାଚନ ଲଢ଼ିବା ଉପରେ ରୋକ୍ ଲଗାଇବା ଯାଚିକା ମାମଲାରେ ସୁପ୍ରିମକୋର୍ଟ ଆମିକସ କ୍ୟୁରୀ ବିଜୟ ହଂସାରିୟାଙ୍କୁ ନିଯୁକ୍ତ କରିଥିଲେ। ଆଉ ବିଜୟ ହଂସାରିୟା ସୁପ୍ରିମକୋର୍ଟରେ ନିଜର ୧୯ତମ ରିପୋର୍ଟ ଦାଖଲ କରିଛନ୍ତି।ରିପୋର୍ଟ ଦାଖଲ ସହ ଆମିକସ୍‌ କ୍ୟୁରି ଏକଥାର ସମର୍ଥନ କରିଛନ୍ତି ଯେ, ଯଦି କେହି ନେତା ଦୋଷୀ ତେବେ ତାଙ୍କର ନିର୍ବାଚନ ଲଢ଼ିବା ଉପରେ ଆଜୀବନ ପ୍ରତିବନ୍ଧକ ଲଗାଯାଉ। ରିପୋର୍ଟରେ କୁହାଯାଇଛି ଦୋଷୀ ନେତାଙ୍କ ଉପରେ ୬ ବର୍ଷର ବ୍ୟାନ ବଦଳରେ ଆଜୀବନ ପ୍ରତିବନ୍ଧକ ଲଗାଯିବା ଦରକାର। ହଂସାରିୟାଙ୍କ ଏକ ରିପୋର୍ଟରେ କୁହାଯାଇଛି ଯେ, ଦୋଷୀ ସାଂସଦଙ୍କୁ ଛଅ ବର୍ଷ ପରେ ପୁଣି ନିର୍ବାଚନ ଲଢ଼ିବାକୁ ଅନୁମତି ଦେବାର ଅର୍ଥ ହେଉଛି ‘‘ସ୍ପଷ୍ଟ ଭାବରେ ସମ୍ବିଧାନର ଧାରା ୧୪ର ଉଲ୍ଲଘଂନ, ଯେତେବେଳେକି ସମ୍ବିଧାର ଧାରା ୧୪ ସମାନତା ଏବଂ ଆଇନର ସମ୍ମାନ ସୁରକ୍ଷାର ଗ୍ୟାରେଣ୍ଟି ଦେଉଛି।ସୂଚନାଥାଉକି, ବିଜେପି ନେତା ଅଶ୍ବିନୀ ଉପାଧ୍ୟାୟଙ୍କ ଦ୍ବାରା ୨୦୧୬ରେ ଦାୟର ଯାଚିକା ସମ୍ବନ୍ଧରେ ମାମଲାରେ ସୁପ୍ରିମକୋର୍ଟ ବରିଷ୍ଠ ଓକିଲ ବିଜୟ ହଂସାରିୟାଙ୍କୁ ଆମିକସ କ୍ୟୁରି ନିଯୁକ୍ତ କରାଯାଇଥିଲା। ଅଶ୍ବିନୀ ଉପାଧ୍ୟାୟ ନିଜ ଯାଚିକାରେ ଜନ ପ୍ରତିନିଧିତ୍ବ ନିୟମ ୧୯୫୧ର ଧାରା ୮କୁ ସମ୍ବିଧାନିକ ବୈଧତାକୁ ଚାଲେଞ୍ଜ କରିଥିଲେ, ଯାହା ଜଣେ ଦୋଷୀ ସାଂସଦ କିମ୍ମା ବିଧାୟକଙ୍କୁ କେବଳ ଛଅ ବର୍ଷ ପାଇଁ ନିର୍ବାଚନ ଲଢ଼ିବା ପାଇଁ ଅଯୋଗ୍ୟ କହିଥାଏ।ଉଲ୍ଲେଖଯୋଗ୍ୟ, ଦେଶରେ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଥିବା ମାମଲା ସଂଖ୍ୟା ବଢ଼ିଛି। ଦେଶରେ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ୨୦୨୨ ନଭେମ୍ବର ପର୍ଯ୍ୟନ୍ତ ସମୁଦାୟ ମାମଲାର ସଂଖ୍ୟା ୫୧୭୫ ରହିଛି। ଦେଶରେ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଥିବା ମାମଲାର ସଂଖ୍ୟା ୨୦୧୮ରେ ୪୧୨୨ ଥିଲା। ଉତ୍ତର ପ୍ରଦେଶରେ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଥିବା ମାମଲାର ସଂଖ୍ୟା ସବୁଠୁ ଅଧିକ ରହିଛି।ଉତ୍ତର ପ୍ରଦେଶରେ ୨୦୨୨ ନଭେମ୍ବର ସୁଦ୍ଧା ସମୁଦାୟ ୧୩୭୭ ମାମଲା ରହିଛି। ଏହା ପରେ ସବୁଠୁ ଅଧିକ ୫୪୬ ମାମଲା ବିହାରର ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ରହିଛି। ସୁପ୍ରିମକୋର୍ଟରେ ଶୁକ୍ରବାର ଏହି ମାମଲାର ଶୁଣାଣି ହେବାର ଅଛି। ବର୍ତ୍ତମାନ ଆମିକସ କ୍ୟୁରୀ ବିଜୟ ହଂସାରିୟାଙ୍କ ପରାମର୍ଶରେ ସୁପ୍ରିମକୋର୍ଟ ନିଷ୍ପତ୍ତି ନେବେ।


error: Content is protected !!