କାନାଡା ସରକାରଙ୍କ ମନମାନୀର କଡା ଜବାବ୍ ଦେଇଛନ୍ତି ଭାରତ ସରକାର । ଭାରତରେ ଅବସ୍ଥାପିତ କାନାଡାର ହାଇ କମିଶନରଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏଥିପାଇଁ ତାଙ୍କୁ ଦିଆଯାଇଛି ମାତ୍ର ୫ ଦିନର ସମୟ । ଭାରତୀୟ ଶୀର୍ଷ କୂଟନୈତୀଜ୍ଞଙ୍କୁ କାନାଡାରୁ ବହିଷ୍କାର କରାଯିବା ପରେ ଭାରତ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କାନାଡାରେ ଖଲିସ୍ତାନୀ ନେତାଙ୍କ ହତ୍ୟାକୁ ନେଇ ଦୁଇ ଦେଶ ମଧ୍ୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ପଛରେ ଭାରତର ହାତ ଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛି କାନାଡା । ଏହା ସହ ଓଟାୱାରେ ଅବସ୍ଥାପିତ ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ ବା ‘ର’ ମୁଖ୍ୟଙ୍କୁ ବହିଷ୍କାର କରିଛି କାନାଡା । କାନାଡାର ଏହି ପଦକ୍ଷେପ ପରେ ଦୁଇ ରାଷ୍ଟ୍ର ମଧ୍ୟରେ ତିକ୍ତତା ଆହୁରୀ ବଢ଼ିବାରେ ଲାଗିଛି । ଜଷ୍ଟିନ ଟ୍ରୁଡୋ ସେପଟେ ଏହି ଅଭିଯୋଗକୁ ସିଧାସଳଖ ଖଣ୍ଡନ କରିଛି ଭାରତ । ପ୍ରେସ ବିବୃତ୍ତି ଜାରି କରି ଭାରତୀୟ ବୈଦେଶିକ ମନ୍ତ୍ରାଳୟ କହିଛି, ସଂସଦରେ କାନାଡା ପ୍ରଧାନମନ୍ତ୍ରୀ ଦେଇଥିବା ବୟାନ ଓ ବୈଦେଶିକ ମନ୍ତ୍ରୀଙ୍କ ବୟାନକୁ ଭାରତ ଅଗ୍ରାହ୍ୟ କରୁଛି । କାନାଡାରେ ଭାରତ ହିଂସା ସୃଷ୍ଟି କରିବା ଭଳି ବୟାନ ହାସ୍ୟସ୍ପଦ ଓ ଉଦ୍ଦେଶ୍ୟ ପ୍ରଣୋଦିତ ।
More Stories
୧୩ ଦିନ ହେଲା ଟଙ୍କା ନେଇ ଛୁ ପୋଷ୍ଟ ମାଷ୍ଟର କାହାର ଲକ୍ଷେ ତ କାହାର ୯୦ ହଜାର ସବୁକୁ ନେଇ ଫେରାର
ଅଭିଲିପ୍ସା ଦାସ ମହିଳା ଫୁଟବଲ ଖେଳ ପାଇଁ ସବ ଜୁନିଅର ବର୍ଗରେ ଖେଳି ଓଡିଶା ପାଇଁ ଗୌରବ
ବାଙ୍ଗିରିପୋଷି ଦୁଆରଶୁଣି ଘାଟିରେ ପୁଣି ଦୁର୍ଘଟଣା, ଚାଲିଗଲା ଦୁଇ ଜଣଙ୍କ ଜୀବନ