ଲୋକସଭାରେ ଆଜି ଆଗତ ହେବ ମହିଳା ସଂରକ୍ଷଣ ବିଲ୍ । ଆଇନ୍ ମନ୍ତ୍ରୀ ଏହାକୁ ଗୃହରେ ଆଗତ କରିବେ । ନୂଆ ସଂସଦ ଭବନରେ ବସିବାକୁ ଥିବା ସ୍ୱତନ୍ତ୍ର ଅଧିବେଶନରେ ଏହି ବିଲ୍ ଆଗତ ହେବ ବୋଲି ସୂଚନା ମିଳିଛି । ଯାହା ପାସ୍ ହେବା ପରେ ମହିଳାଙ୍କ ପାଇଁ ସଂସଦରେ ୩୩ ପ୍ରତିଶତ ସିଟ୍ ସଂରକ୍ଷିତ ରହିବ ।ତେବେ ଏହା ପୂର୍ବରୁ ମହିଳା ସଂରକ୍ଷଣ ବିଲକୁ ନେଇ ବିଭିନ୍ନ ରାଜନେତାମାନେ ପ୍ରତିକ୍ରିୟା ରଖିଛନ୍ତି । ମେନକା ଗାନ୍ଧୀ କହିଛନ୍ତି, ଆଜି ହେଉଛି ଏକ ଐତିହାସିକ ଦିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରରେ ଆଜି ମହିଳାଙ୍କୁ ଏପରି ଅଧିକାର ମିଳିବାକୁ ଯାଉଛି । ମହିଳା ସଂରକ୍ଷଣ ବିଲ୍ ଆସିବା ପରେ ମହିଳାମାନଙ୍କର ଭାଗ୍ୟ ବଦଳିଯିବ ବୋଲି ସେ କହିଛନ୍ତି । ଅନ୍ୟପଟେ ଜାମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ମଧ୍ୟ ଏହି ବିଲକୁ ସମର୍ଥନ କରିଛନ୍ତି ।ସୂଚନାଯୋଗ୍ୟ ଯେ, ଏହି ବିଲ ପାସ ହୋଇପାରିଲେ ସଂସଦର ଉଭୟ ଗୃହ ଏବଂ ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବ୍ୟବସ୍ଥା ହୋଇପାରିବ । ରବିବାର ବସିଥିବା ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ । କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଏହି ବିଲ୍ ପାସ କରିବା ସପକ୍ଷରେ ମତ ଦେଇଥିଲେ । ବିଜେଡି ବି ବିଲ ପାସ କରିବାକୁ ମତ ରଖିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅମିତ୍ ଶାହ, ରାଜନାଥ ସିଂ, ପ୍ରହ୍ଲାଦ ଯୋଶୀ, ଏସ୍. ଜୟଶଙ୍କର, ନୀତିନ ଗଡ଼କରୀ, ନିର୍ମଳା ସୀତାରମଣ ପ୍ରମୁଖ ଉପସ୍ଥିତ ଥିଲେ । ବିଲ ପାସ ହେଲେ ଏହା କେନ୍ଦ୍ରର ଏକ ଐତିହାସିକ ନିଷ୍ପତି ହେବ ।
More Stories
କିଏ ଏହି ରେଭେନ୍ସା ? କାହିଁକି ତାଙ୍କ ନାମରେ ନାମିତ ହୋଇଛି ବିଶ୍ୱବିଦ୍ୟାଳୟ ? ଜାଣନ୍ତୁ…
ଆଜିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ
ପୋଲ ଉପରେ ୨ ଫୁଟର ପାଣି