ବଙ୍ଗୋପସଗାରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଆଜି ଅବପାତର ରୂପ ନେବ । ୨୬ତାରିଖରେ ଗଭୀର ଅବପାତରେ ପରିଣତ ହେବା ପରେ ୨୭ତାରିଖରେ ବାତ୍ୟାରେ ପରିଣତ ହେବ । ହେଲେ ଏହି ବାତ୍ୟା ଓଡ଼ିଶାରେ କୌଣସି କ୍ଷତି ପହଞ୍ଚାଇବ ନାହିଁ । ବାତ୍ୟା ଆନ୍ଧ୍ରପ୍ରଦେଶ ମୁହାଁ ହେଉଥିବା ବେଳେ କେଉଁଠି ସ୍ଥଳଭାଗ ଛୁଇଁବ ତାହା ନେଇ ଆକଳନ କରାଯାଇନାହିଁ । ଏହା କେଉଁଠି ଅତିକ୍ରମ କରିବ, କେତେ ବେଗରେ ମାଡ ହେବ ଆଜି ଆଇଏମଡି ଏନେଇ ସୂଚନା ଦେଇପାରେ । ତେବେ ସମ୍ଭାବ୍ୟ ବାତ୍ୟର ନାଁ ‘ମନ୍ଥା’ ରଖାଯାଇଥିବା ବେଳେ ୨୭ତାରିଖ ସକାଳେ ଏହା ବାତ୍ୟାରେ ପରିଣତ ହେବ । ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ନିକଟ ଦେଇ ଅତିକ୍ରମ କରିପାରେ । ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |