ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଗର୍ଭବତୀ କରାଇବା ଅଭିଯୋଗରେ ତାଙ୍କ ମାମୁ ପୁଅ ଭାଇଙ୍କୁ ଗିରଫ କରିଛି ପୁଲିସ। ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅଞ୍ଚଳରେ।
ଛାତ୍ରୀ ଜଣଙ୍କ ଏକ ଆବାସିକ ବିଦ୍ୟାଳୟରେ ପଢ଼ନ୍ତି। ସେ ଗର୍ଭବତୀ ଥିବା ପ୍ରଧାନ ଶିକ୍ଷକ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲେ। ଏନେଇ ସେ ପୁଲିସ୍କୁ ଖବର ଦେଇଥିଲେ।
ପୁଲିସ ଛାତ୍ରୀ ଜଣଙ୍କୁ ପଚରାଉଚରା କରିଥିଲା। ଛାତ୍ରୀ ଜଣଙ୍କ କହିଥିଲେ ଯେ ସେ ଥରେ ଛୁଟିରେ ଘରକୁ ଯାଇଥିବା ବେଳେ ତାଙ୍କ ମାମୁ ପୁଅ ଭାଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ।
ନାବାଳିକାଙ୍କ ସହିତ ଶାରୀରିକ ସମ୍ପର୍କ ରଖି ତାଙ୍କୁ ଗର୍ଭବତୀ କରାଇବା ଅଭିଯୋଗରେ ପୁଲିସ୍ ତାଙ୍କ ମାମୁ ପୁଅ ଭାଇଙ୍କ ନାଁରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।

More Stories
IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ
ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର