ପରଜଙ୍ଗ — ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗରେ ଚାଲୁଥିବା ପାଞ୍ଚଟି ଯାକ ଗ୍ରାମୀଣ ଯାତ୍ରୀବାହୀ ବସ୍ ଚଳାଚଳ ତୃତୀୟ ଦିନରେ ପହଞ୍ଚିଚ୍ଛି । ଯାହା ଫଳରେ କଲେଜ ଛାତ୍ର ଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅନ୍ୟ ଯାତ୍ରୀ ମାନେ ଯାତାୟତ କରିବାରେ ନାହଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବର୍ତ୍ତମାନ ପାଞ୍ଚଟି ଯାକ ବସ୍ ତିନି ଦିନ ଧରି ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ପରଜଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ସମସ୍ତ ବସ୍ ଗୁଡ଼ିକ ରାତିରେ ରହି ସକାଳେ ପରଜଙ୍ଗ ବଜାରକୁ ଆସି ବିଭିନ୍ନ ଦିଗକୁ ଯାଇ ପୁନର୍ବାର ସମସ୍ତ ବସ ଗୁଡ଼ିକ ସନ୍ଧ୍ୟା ପୂର୍ବରୁ ବ୍ଲକ କାର୍ଯ୍ୟାଳୟ ପରିସରକୁ ଆସିଥାଏ । ବର୍ତ୍ତମାନ ତିନି ଦିନ ଧରି ସମସ୍ତ ବସ୍ ଗୁଡ଼ିକ ପରଜଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଦୃଶ୍ୟ ଦେଖିବାକୁ ମିଳିଛି । ବସରେ କାର୍ଯ୍ୟରତ ଥିବା କର୍ମଚାରୀ ମାନେ ନିଜର ହକ ଦାବିରେ ବସ ଗୁଡ଼ିକ ବନ୍ଦ କରାଯାଇଥିବା କର୍ମଚାରୀ ମାନଙ୍କ ଠାରୁ ସୂଚନା ମିଳିଛି । ବ୍ଲକରେ ଚାଲୁଥିବା ବସ ଗୁଡ଼ିକ ବ୍ଲକ ସୁପରଭାଇଜର କଲ୍ପନା ମହାପାତ୍ରଙ୍କ ମନମୁଖୀ କାର୍ଯ୍ୟରେ କର୍ମଚାରୀ ମାନେ ଅସନ୍ତୁଷ୍ଟ ହୋଇ ତୁରନ୍ତ ଅନ୍ୟତ୍ର ବଦଳି କରିବା ଏମାନଙ୍କର ମୁଖ୍ୟ ଦାବି ରହିଥିବା ଜଣାପଡ଼ିଛି । ବସରେ ଥିବା କର୍ମଚାରୀ ମାନଙ୍କ ପ୍ରତି ସୁପରଭାଇଜର ଅନେକ ସମୟରେ ହଇରାଣ କରୁଥିବା ପ୍ରକାଶ କରିଛନ୍ତି । ଏହାକୁ ନେଇ ସମସ୍ତ କର୍ମଚାରୀ ସଂଘବଦ୍ଧ ହୋଇ ବୁଧବାର ଦିନ ଜିଲ୍ଲା ଗ୍ରାମୀଣ ପରିବହନ ବିଭାଗର ମ୍ୟାନେଜରଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ । ଏମାନଙ୍କର ରହିଥିବା ଦାବି ଗୁଡ଼ିକ ମଧ୍ୟରେ କର୍ମଚାରୀ ମାନଙ୍କ ଇପିଏଫ୍, ଇଏସଆଇ, ବୋନସ, ଲାଇଫ୍ ବୋନସ ଉପରେ ବିଚାରକୁ ନେଇ ସମସ୍ୟାର ସମାଧାନ କରାଯାଉ ବୋଲି ଦର୍ଶାଇ ଥିଲେ । ବ୍ଲକ ସୁପରଭାଇଜରକୁ ଅନ୍ୟତ୍ର ବଦଳି କରିବା ସହ ଏହି ସମସ୍ୟା ଗୁଡ଼ିକ ଯେପର୍ଯ୍ୟନ୍ତ ପୂରଣ ନହୋଇଛି ସେତେ ଦିନ ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ନିଜ ଜିଦରେ ଅଟଳ ରହିଛନ୍ତି ଏମାନଙ୍କର ଦେଖାଦେଇଥିବା ସମସ୍ୟାକୁ ସମାଧାନ କରିବା ପାଇଁ ଗ୍ରାମୀଣ ପରିବହନ ଦାୟିତ୍ଵରେ ରହିଥିବା ଅଧିକାରୀ ବାବୁ ମାନେ ବ୍ଲକ କାର୍ଯ୍ୟାଳୟରେ ଅଟକି ରହିଥିବା ବସ୍ ପାଖକୁ ଆସି ବୁଝାସୁଝା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । କର୍ମଚାରୀ ମାନଙ୍କର ଗୋଟିଏ ଜିଦ ଆମ ଦାବି ପୂରଣ କର ଏବଂ ବ୍ଲକ ସୁପରଭାଇଜର ଅନ୍ୟତ୍ର ବଦଳି କରିବାରୁ କୌଣସି ସମାଧାନ ହୋଇନଥିଲା ।ଯାହା ଫଳରେ ଆସିଥିବା ଅଧିକାରୀ ବାବୁ ମାନେ ଅପରାହ୍ନ ସମୟରେ ନିରାଶ ହୋଇ ଫେରିଥିଲେ । ଅନ୍ୟ ଦିଗରେ ତିନି ଦିନ ଧରି ବନ୍ଦ ରହିଥିବା ବସ ଗୁଡ଼ିକ ତୁରନ୍ତ ଚଳାଚଳ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି । ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସାଧାରଣରେ ଆଲୋଚନା ହେଉଛି । ( ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରୁ ନିର୍ମଳ ଗଡ଼ ନାୟକଙ୍କ ରିପୋର୍ଟ )

More Stories
ଅରଡ଼ା ରେ ଉଦଯାପନ ହେଲା ତ୍ରୟୋଦଶ ବାର୍ଷିକ ବେଦ ଗାୟତ୍ରୀ ମହାଯଜ୍ଞ,
-ଯୋରନ୍ଦା ମହିମା ଗାଦୀରେ ୨୬୩ ଫୁଟ ଉଚ୍ଚତା ବିଶିଷ୍ଟ ବିରାଟକାୟ ଭବ୍ୟ ମନ୍ଦିର ନିର୍ମାଣ ହେବ।
୧୨ଟିକିଆ ହାତୀପଲଙ୍କ ଉତ୍ପାତ |