ନର୍କ ପାଲଟିଛି ହଂଶୁଆଣି ରାସ୍ତା


ବାଲିପାଟଣା: ରାସ୍ତା ପାଲଟିଛି ମରଣଯନ୍ତା।ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲିପାଟଣା ବ୍ଲକ୍ ଅନ୍ତର୍ଗତ ତୁରିନ୍ତିରା ଗ୍ରାମ ପଞ୍ଚାୟତରେ ସୂଚନା ମୁତାବକ ସରଦେଇପୂର୍ – ନିମାପଡ଼ା ରାସ୍ତାର ତୁରିନ୍ତିରା ହରିହର ପୀଠ ଠାରୁ ହଂଶୁଆଣି ଗ୍ରାମ ମଧ୍ୟଦେଇ ଯାଇଥିବା ରାସ୍ତାର ଗୋଟିଏ ସ୍ଥାନ ଭିତରକୁ ଧସେଇ ପଶିଆଁ କରିରହିଛି । ପାଖରୁ ଦେଖିଲେ ଏକ ବିରାଟ ଗର୍ତ୍ତ ପରି ଦେଖାଯାଉଛି।ରାତିରେ ଦୂରକୁ ଦେଖାଯାଉନଥିବା ଏହି ଗର୍ତ୍ତଟି ଯାତ୍ରୀମାନଙ୍କ ପାଇଁ ମରଣଯନ୍ତା ପାଲଟିଛି।ବିପଦ ସଙ୍କୁଳ ଏହି ସ୍ଥାନଟି ଏକ ମାସ ରୁ ଉର୍ଦ୍ଧ୍ବ ସମୟ ଧରି ଭିତରକୁ ଧସେଇ ପଶିଆଁ କରି ରହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମରାମତି ହୋଇପାରିନି । ଏହି ରାସ୍ତାଟି ର ଅନେକ ଅଂଶ ଫାଟି ବିପଦ ସୃଷ୍ଠି କରୁଥିବା ବେଳେ ମରାମତି ହୋଇନାହିଁ । ସୂଚନାଯୋଗ୍ୟ ଯେ ଏହି ରାସ୍ତା ପାର୍ଶ୍ବରେ ଥିବା ହଂଶୁଆଣି ପୋଖରୀ ର ଉଭୟ ପାର୍ଶ୍ଵରେ ଥିବା ଗ୍ରାମବାସୀ ଙ୍କ ସମେତ ଦୈନିକ ସହ ସହ ଯାତ୍ରୀ ଏହି ରାସ୍ତା ଦେଇ ଦୋରବାଙ୍ଗ, ତରବୋଇ ଏବଂ ବାଗଲପୁର ଆଦି ଅଂଚଳକୁ ଯାତାୟାତ କରିଥାନ୍ତି । ବିଶେଷକରି ପୋଖରୀ ର ଉଭୟ ପାର୍ଶ୍ୱରେ ଥିବା ଗ୍ରାମର ଛୋଟ ଛୋଟ ପିଲାମାନେ ଏହି ସ୍ଥାନରେ ଚଳପ୍ରଚଳ କରିଥାନ୍ତି । ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ ଦୀର୍ଘ ବର୍ଷ ପୂର୍ବେ ନିର୍ମିତ ଏହି ଢଳେଇ ରାସ୍ତାର ଅଧିକାଂଶ ଅଂଶ ଫାଟି ଆଁ କରିଛି । ବିଶେଷ କରି ବିଦ୍ୟାଳୟ କୁ ଯିବା ଆସିବା କରୁଥିବା ପିଲାମାନେ ବିପଦପୂର୍ଣ୍ଣ ଭାବେ ଏହି ରାସ୍ତାରେ ଯିବା ଆସିବା କରୁଛନ୍ତି ।  କେବଳ ସେତିକି ନୁହେଁ ଜରୁରୀ ପରିସ୍ଥିତିରେ ଆମ୍ବୁଲାନ୍ସ ଆସିବାକୁ ମଧ୍ୟ ସମ୍ଭବ ହେବନାହିଁ । ତେଣୁ ଏହି ସମସ୍ୟା କୁ ତୁରନ୍ତ ସମାଧାନ କରିବା ପାଇଁ ହଂଶୁଆଣି ଗ୍ରାମବାସୀ ମାନେ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି ।


error: Content is protected !!