ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା


ବାଲିପାଟଣା: ବାଲିପାଟଣା ବ୍ଲକ୍ ଅନ୍ତର୍ଗତ କୁଶଭଦ୍ରା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ପୂର୍ବତନ ପ୍ରଧାନ ଶିକ୍ଷକ ତ୍ରିଲୋଚନ ଗଡପଲ୍ଲା ଙ୍କ ସମେତ ବିଦ୍ୟାଳୟ ର ଚତୁର୍ଥ ଶ୍ରେଣୀ କର୍ମଚାରୀ ଶରତ ଚନ୍ଦ୍ର ନାୟକ୍ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି।ବିଦ୍ୟାଳୟ ର ବର୍ତ୍ତମାନର ପ୍ରଧାନ ଶିକ୍ଷକ ରଘୁନାଥ ଲେଙ୍କାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓସେପାର ଉପ ନିର୍ଦ୍ଦେଶକ ମହେଶ୍ୱର ସାହୁ ଓ ମୁଖ୍ୟ ବକ୍ତା ଭାବରେ ବ୍ଲକ ଶିକ୍ଷାଧିକାରୀ ଆକାଂକ୍ଷିତା ପ୍ରିୟଦର୍ଶିନୀ ପ୍ରଧାନ ଯୋଗଦେଇ ପିଲାମାନଙ୍କୁ ଅନେକ ଉପାଦେୟ ଉପଦେଶ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଭାଗିରଥି ପାତ୍ର,ଗୁରୁକିଙ୍କର ଜେଠି,ପୂର୍ବତନ ଶିକ୍ଷକ ଲକ୍ଷ୍ମଣ ମଣ୍ଡଳ,ପୂର୍ଣ୍ଣ ମିଶ୍ର,ଆଦର୍ଶ ବିଦ୍ୟାଳୟ ର ଅଧକ୍ଷ ଶିବଶଙ୍କର ସାହୁ,ପ୍ରେସ କ୍ଲବ୍ ସଭାପତି ଦିଲ୍ଲୀପ କୁମାର ଓଝା,ସରପଞ୍ଚ ଚନ୍ଦ୍ରକାନ୍ତି ବେହେରା,ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ସରୋଜିନୀ ନାୟକ,ମୋ ସ୍କୁଲ ର ଭୀମସେନ ମଣ୍ଡଳ ଓ କାର୍ତ୍ତିକ ମଲ୍ଲିକ ସି ଆର୍ ସି ସି ଝୁନି ଦେଇ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ।ଭଲ ମଣିଷ ଗଢ଼ିବା ସହିତ ବିଦ୍ୟାଳୟ ରେ ଶିକ୍ଷାନୁକୁଳ ପରିବେଶ ସୃଷ୍ଟି କରିବାରେ ବିଦାୟୀ ପ୍ରଧାନ ଶିକ୍ଷକ ଙ୍କ ଭୂମିକାକୁ ଅତିଥି ମାନେ ଭୂୟସୀ ପ୍ରଶଂସା କରିଥିଲେ। ଅନାନ୍ୟ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ,ଛାତ୍ର ଛାତ୍ରୀ ଓ ଅଭିଭାବକ ଙ୍କ ଦ୍ଵାରା ଉଭୟ ଙ୍କୁ ବିଭିନ୍ନ ଉପହାର ଓ ମାନପତ୍ର ମାନ ପ୍ରଦାନ କରାଯାଇଥିଲା।ବିଦାୟୀ ପ୍ରଧାନ ଶିକ୍ଷକ ଛାତ୍ର ଛାତ୍ରୀ ଙ୍କ ପାନୀୟ ଜଳର ବ୍ୟବସ୍ଥା କରିବାକୁ ବିଦ୍ୟାଳୟ ମୋ ସ୍କୁଲ ପାଣ୍ଠି କୁ ୩୫ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ।


error: Content is protected !!