କୋରୁଆ କଲେଜ ଛକ ଠାରେ ଭତ୍ତା ବୃଦ୍ଧି ଅଭିଯାନ ପକ୍ଷରୁ ଅନେକ ଦୁର୍ଦ୍ଧଶ ସଂଗ୍ରାମୀ ମାନଙ୍କୁ ନେଇ ଏକ ସାଧାରଣ ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଉଅଛି


ଆଜି ଦିବା ତିନି ଘଟିକା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋରୁଆ କଲେଜ ଛକ ଠାରେ ଭତ୍ତା ବୃଦ୍ଧି ଅଭିଯାନ ପକ୍ଷରୁ ଅନେକ ଦୁର୍ଦ୍ଧଶ ସଂଗ୍ରାମୀ ମାନଙ୍କୁ ନେଇ ଏକ ସାଧାରଣ ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଉଅଛି | ଏଭଳି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ସାରା ରାଜ୍ୟର ଚଉବନ ଲକ୍ଷ ସାଧାରଣ ଅସହାୟ ଲୋକ ମାନଙ୍କ ସ୍ୱାର୍ଥ କୁ ଆଖିଆଗରେ ରଖି ନିଜେ ସ୍ୱତଃ ପ୍ରବୃତ୍ତ ଭାବେ ଯୋଗଦାନ କରିବା ପାଇଁ ଗରିବ ଖଟିଖିଆ ଅସହାୟ ମାନଙ୍କ ମସିହା କୁହାଯାଉଥିବା କଟକ ର ବୃନ୍ଦାବନ ଦାସ (ଆଜାଦ ଭାଇ )ଙ୍କ ସହ ମହାନଦୀ ବଞ୍ଚାଅ ଆନ୍ଦୋଳନ ର ମହାନ ସଂଗ୍ରାମୀ କମଳ ଲୋଚନ ସେଠୀ , କେନ୍ଦ୍ରାପଡ଼ା ଜିଲ୍ଲା ସୂଚନା ଅଧିକାର ଅଭିଯାନ ର ଜିଲ୍ଲା ଆବାହକ ପ୍ରତାପ ମହାନ୍ତି ଓ ପରିବେଷବିତ ସନ୍ତୋଷ ଜେନା ପ୍ରମୁଖ ନିବେଦନ କରିଛନ୍ତି | ଆପଣ ମାନଙ୍କ ପ୍ରତ୍ୟକ୍ଷ ଯୋଗଦାନ ଏକାନ୍ତ କାମ୍ୟ।


error: Content is protected !!