March 14, 2026

Now Odisha

Now Odisha

ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା : ୧୬ ମୃତ…

Spread the love

ନୂଆଦିଲ୍ଲୀ : ତେଲେଙ୍ଗାନାର ରଙ୍ଗାରେଡ୍ଡିରେ ବସ୍‌-ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତ ମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆରଟିସି ବସ୍‌ଟି ତନ୍ଦୁରରୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରୁଥିଲା ଏବଂ ଏଥିରେ ପ୍ରାୟ ୭୦ ଜଣ ଯାତ୍ରୀ ଥିଲେ। ଯାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ପିଲା ଏବଂ ଅଫିସ ଯାଉଥିବା ଲୋକ ଥିଲେ।
ଏହି ଛାତ୍ରମାନଙ୍କ ମଧ୍ୟରୁ ଅନେକ ହାଇଦ୍ରାବାଦର ବିଭିନ୍ନ କଲେଜରେ ପାଠପଢ଼ୁଥିଲେ ଏବଂ ରବିବାର ଛୁଟି ଯୋଗୁଁ ଘରୁ ହାଇଦ୍ରାବାଦକୁ ଫେରୁଥିଲେ। ଦୁର୍ଘଟଣା ପରେ ହାଇଦ୍ରାବାଦ-ବିଜାପୁର ରାଜପଥରେ ଯାତାୟାତ ବନ୍ଦ ହୋଇଯାଇଛି। ତେବେ ଏହି ଘଟଣାରେ ପରିବହନ ମନ୍ତ୍ରୀ ପୋନ୍ନମ୍ ପ୍ରଭାକର ଶୋକ ପ୍ରକାଶ କରିବା ସହ ଆହତ ମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ନିର୍ଦେଶ ଦେଇଛନ୍ତି। ବର୍ତ୍ତମାନ୍ ପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ଜଣାପଡିନାହିଁ। ପୁଲିସ୍‌ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

error: Content is protected !!