ଭାରସାମ୍ୟ ହରାଇ ନବରଙ୍ଗପୁର ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ବସ


ନବରଙ୍ଗପୁର:(ନିର୍ମଳ ବିଷୋୟୀ):- ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ , କ୍ରୀଡା ଶିକ୍ଷକ ମୃତ; ୨୦ ରୁ ଉର୍ଦ୍ଧ୍ବ ଆହତ ଜିଲ୍ଲା ସ୍ତରୀୟ କ୍ରୀଡା ଉତ୍ସବ ରେ ସ୍କୁଲ ଛାତ୍ର ଛାତ୍ରୀ ମାନେ ଭାଗ ନେବାକୁ ଏକ ଘରୋଇ ବସ ରେ ଯାଉଥିବା ସମୟରେ ବସ ଟି ଭରସାମ୍ୟ ହରାଇଥିବାରୁ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି!ଜଣେ କ୍ରୀଡା ଶିକ୍ଷକ ଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଛାତ୍ର ଛାତ୍ରୀ ଆହତ ହୋଇ ଝରିଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସାଧୀନ ଅଟନ୍ତି!ଏଭଳି ଏକ ଦୁଃଖଦ ଖବର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟି ରେ ।ସୂଚନା ପ୍ରକାରେ :ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ରେ ଜିଲ୍ଲା ସ୍ତରୀୟ କ୍ରୀଡା ଉତ୍ସବ ଚାଲିଥିବା ବେଳେ ସେହି କ୍ରୀଡା ଉତ୍ସବ ରେ ଯୋଗ ଦେବାକୁ ଉମରକୋଟ ବ୍ଲକ ର ବିଭିନ୍ନ ସ୍କୁଲରୁ ଛାତ୍ର ଛାତ୍ରୀ ମାନେ ଏକ ବସ ଯୋଗେ ଚନ୍ଦାହାଣ୍ଡି ଯାଉଥିବା ବେଳେ ଚନ୍ଦାହାଣ୍ଡି ଘାଟିରେ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା!ଯାହାଫଳରେ ବସ ରେ ବସିଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ୨୦ଜଣ ଆହତ ହୋଇ ଝରୀଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ହେଉଥିବା ବେଳେ 3ଜଣ ଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି!କିନ୍ତୁ ଏକ ଦୁଃଖଦ ଖବର ସାମ୍ନା ଆସିଛି ଉକ୍ତ ବସରେ ଥିବା ଉମରକୋଟ ସ୍ୱାମୀ ବିବେକାନନ୍ଦ ସ୍କୁଲ ର କ୍ରୀଡା ଶିକ୍ଷକ ପ୍ରଭାସ ଜେନା ଙ୍କ ଘଟଣା ସ୍ଥଳ ରେ ମୃତ୍ୟୁ ଘଟିଥିବା ଜଣାପଡିଛି।


error: Content is protected !!