ଯୁବକକୁ ଗଳା କାଟି ହତ୍ୟାଦିନକୁ ଦିନ ହତ୍ୟା ବଢ଼ିବାରେ ଲାଗିଥିବା ବେଳେ ଏକ ଲୋମ ହର୍ଷଣ ହତ୍ୟା ଘଟିଛି


ନିମାପଡ଼ା:(ପ୍ରଶାନ୍ତ କୁମାର ନାୟକ):- ପୁରୀ ଜିଲ୍ଲାର ନିମାପଡ଼ା ବ୍ଲକ ଅନ୍ତର୍ଗତ ରେଞ୍ଚ ଶାସନ ଖରିଯା ତେଲି ସାହି ଗାଁ ରାସ୍ତା ସଡ଼କ ଉପରେ ଜଣେ ଯୁବକକୁ ଗଳା କାଟି ହତ୍ୟା କରାଯାଇଛି। ସୂଚନା ମୁତାବକ ପିପିଲି ଅଞ୍ଚଳ ସିରିଆପୂର୍ ଗ୍ରାମର 32 ବୟସ ଜଣେ ଯୁବକକୁ କେହି ଅଜଣା ଦୂର୍ବତ ଗଳା କାଟି ହତ୍ୟା ଅପରାଧରେ ଜଡିତ ଥିବାର ସନ୍ଦେହ ଅନୁମାନ କରାଯାଉଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ପିପିଲି ସିରିଆପୂର୍ ମୃତକ ସନ୍ତୋଷ ଓଝା ସେ ଶଶୁର ଘରକୁ ପରିବା ହାଟ ସାରି ଯାଉଥିଲେ। ସନ୍ଧ୍ୟା ସାଢ଼େ ସାତଟା ବେଳକୁ ନିଛାଟିଆ ସ୍ଥାନରେ ତାଙ୍କୁ କିଏ ହତ୍ୟା କରିଛନ୍ତି। ଜୀବନ ବିକଳରେ ସେ ତାର ପ୍ଲାଣ୍ଟିନା ଗାଡ଼ି ଛାଡ଼ି କିଛି ବାଟ ଦୋଉଡ଼ି ଦୋଉଡ଼ି ଧାଇଁ ପଳାଇ ଆସିଥିଲେ। ରକ୍ତ ଯୁଡ଼ିବୁଡୁ ଅବସ୍ଥାରେ ରାସ୍ତା ଉପରେ ପଡି ଜୀବନ ଚାଲିଗଲା। ଏଭଳି ବିଭତ୍ସ ହତ୍ୟାକାଣ୍ଡ ପଛରେ କାହାର ହାତ ରହିଥାଏ କାରଣ ଅସ୍ପଷ୍ଟ ରହସ୍ୟମୟ ରହିଛି। ଆସନ୍ତୁ ଶୁଣିବା ମୃତଙ୍କ ମା ଏବଂ ରେଞ୍ଚ ଶାସନ ସରପଞ୍ଚ ସରପଞ୍ଚ କଣ କହୁଛନ୍ତି।


error: Content is protected !!