ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ


ନୀଳଗିରି:(ବିମଳ କୁମାର ଦଳେଇ):- ବାଲେଶ୍ୱର ଜିଲ୍ଲା ନୀଳଗିରି ବିଜୁ ଜନତା ଦଳ ପକ୍ଷରୁ ଦଳର ମୁଖ୍ୟ ନେତା ସନ୍ତୋଷ ଖଟୁଆଙ୍କର ନେତୃତ୍ୱରେ ନୀଳଗିରି ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଏକ ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏଥିରେ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ପଞ୍ଚାୟତ ଏବଂ ଏ.ଏନ.ସି.ର ସମସ୍ତ ୱାର୍ଡରେ ବରିଷ୍ଠ ବିଜେଡି ନେତା ଓ କର୍ମୀମାନେ ଯୋଗ ଦେଇଥିଲେ ଏବଂ କିପରି ତୃଣମୂଳ ସ୍ତରରେ ଜନ ସାଧାରଣ ମାନଙ୍କ ପାଖରେ ରାଜ୍ୟ ସରକାରଙ୍କର ଯୋଜନା କିପରି ଲୋକଙ୍କୁ ବିରୋଧୀ ଭୁଆଁ ବୁଲାଇ ଉକ୍ତ ଯୋଜନାରୁ ବଂଚିତ ରଖୁଛନ୍ତି।ସେ ନେଇ କିପରି ଲୋକମାନେ ସଜାଗ ହେବେ ଓ ଲୋକଙ୍କୁ ସେବା କରିବେ।ବିଜୁ ଜନତା ଦଳର ସମସ୍ତେ ଏକ ହୋଇ ମାନ୍ୟବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇରହିବ ଓ ନୀଳଗିରି ମୁଖ୍ୟ ନେତା ସନ୍ତୋଷ ଖଟୁଆ ଉପସ୍ଥିତ ରହିଥିବା ସମସ୍ତ ବରିଷ୍ଠ ନେତୃ ମଣ୍ଡଳୀଙ୍କୁ ଉତ୍ସାହିତ କରିବା ଶହ ଗୁରୁମନ୍ତ୍ର ବଖାଣି ଥିଲେ।ଶେଷରେ ଜୟ ସନ୍ତୋଷ ଭାଇ, ଜୟ ନବୀନ, ଜୟ ବିଜେଡି, ଶଙ୍ଖ ମୋର ଗର୍ବ, ଜୟ ଜଗନ୍ନାଥ କହି ନାରା ଦେଇ ଉକ୍ତ ପାର୍ଟି କାର୍ଯ୍ୟାଳୟ କମ୍ପି ଉଠିଥିଲା।


error: Content is protected !!