ହ୍ୟୁମାନ ମୃତ୍ୟୁକୁ ନେଇ ତେଜୁଛି ଅସନ୍ତୋଷ। ଗୃହ ବିଭାଗର ଦ୍ୱାରସ୍ଥ ହେଲା ଓଡ଼ିଶା ସିଭିଲ ସୋସାଇଟି। ନିରପେକ୍ଷ ତଦନ୍ତ ସହ ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ ଦାବି ହୋଇଛି। ଲୋକସେବା ଭବନରେ ଗୃହ ବିଭାଗ ସ୍ବତନ୍ତ୍ର ସଚିବଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତି। ହ୍ୟୁମାନଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରିଛନ୍ତି।
ହ୍ୟୁମାନ ସାଗର ମୃତ୍ୟୁକୁ ନେଇ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି। ମ୍ୟାନେଜର ଦିନେଶ ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ଅଭିଯୋଗ ହୋଇଛି ।ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କୋଶଳ ମୁକ୍ତି ମୋର୍ଚ୍ଚା ସଂଗଠନ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି ।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |