ସନ୍ତରା ଗଡିଆରେ ଲୁଟେରାଙ୍କର ରାଜ


ନୀଳଗିରି:(ବିମଳ କୁମାର ଦଳେଇ):- ଏଟିଏମ ଲୁଟେରାଙ୍କୁ ପୋଲିସ ଧରିବାରେ ନାକାମ।କ୍ରମାଗତ ଭାବେ ଉକ୍ତ ଅଂଚଳରେ ଡ୍ରକ୍ସ ମାଫିଆ,ଚୋରା ମଦ,ଜାଲ ନୋଟ କାରବାରରେ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦର ପୁର ପଂଚାୟତ ସନ୍ତରାଗଡିଆ ପାଲିଟି ଗଲାଣି ଚୋର ମାନଙ୍କର ଆଡ଼ସ୍ଥଳୀ।ଉକ୍ତ ବଜାରରେ ତିନୋଟି ଏଟିଏମ ରହିଛି।ଏହି କିଛି ଦିନ ପୂର୍ବରୁ ଏଟିଏମ ଲୁଟିବା ସମୟରେ ପୋଲିସ ପ୍ରେଟ୍ରୋଲିଙ୍ଗ କରୁଥିବା ବେଳେ ଏଟିଏମ ଲୁଟେରା ଚମ୍ପଟ ମାରିଥିଲେ।କିନ୍ତୁ ଲୁଟେରା ପୁଣି ଉକ୍ତ ବଜାରରେ SBI ଏଟିଏମରୁ ଆଜି ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି।ତେଣୁ କ୍ରମାଗତ ଭାବେ ଏହିପରି ଘଟୁଥିବାରୁ ତୁରନ୍ତ ଉକ୍ତ ଅଂଚଳରେ ସୁରକ୍ଷା ନିମନ୍ତେ ପ୍ରଶାସନଙ୍କ ପକ୍ଷରୁ ସ୍ଥାୟୀ ସୁରକ୍ଷା ଵେବସ୍ତା କରିବାକୁ ସାଧାରଣରେ ଦାବି କରାଯାଇଛି।


error: Content is protected !!