୮୧ ବର୍ଷରେ ପାଦ ଥାପିଲେ ବର୍ଷିଆନ୍ କଳାକାର ଅମିତାଭ ବଚ୍ଚନ


୮୧ ବର୍ଷରେ ପାଦ ଥାପିଲେ ବର୍ଷିଆନ୍ କଳାକାର ଅମିତାଭ ବଚ୍ଚନ । ବିଳମ୍ବିତ ରାତିରେ ବିଗ ବି ନିଜ ଫ୍ୟାନ୍ ଓ ପରିବାର ଲୋକଙ୍କ ସହ ଜନ୍ମଦିନ ସେଲିବ୍ରେସନ କରିଛନ୍ତି । ଜନ୍ମଦିନ ପାଳନ କରିବାକୁ ଅମିତାଭଙ୍କ ବାସଭବନ ଜଲସା ଆଗରେ ଅନେକ ଶୁଭେଚ୍ଛୁ ଏକାଠି ହୋଇଥିଲେ । ଆଉ ବିଗ ବି ମଧ୍ୟ ଶୁଭେଚ୍ଛୁଙ୍କ ଅଭିଭାବଦନ ଗ୍ରହଣ କରିବାକୁ ଘରୁ ବାହାରି ଆସିଥିଲେ । ହାତ ହଲାଇ ପ୍ରଶଂସକଙ୍କ ଉତ୍ସାହ ବଢାଇଥିଲେ ଅମିତାଭ ବଚ୍ଚନ । ଏହା ପରେ ବିଳମ୍ବିତ ରାତିରେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ‘ଆପଣମାନଙ୍କ ଆଶୀର୍ବାଦ ମୋର ସୌଭାଗ୍ୟ’ ବ୍ଲାକ୍ ଟ୍ରାକ୍ ପ୍ୟାଣ୍ଟ ସହ ପିଙ୍କ୍ ପ୍ରିଣ୍ଟର ହୁଡି ଓ ବେନି କ୍ୟାପ୍ ପିନ୍ଧି ଅମିତାଭ ବଚ୍ଚନ ନଜର ଆସିଥିଲେ । ସବୁଥର ଭଳି ସେ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ବାହାରକୁ ଆସିବା ବେଳେ ଜୋତା ପିନ୍ଧିନଥିଲେ । ନିକଟରେ ସେ ତାଙ୍କ ପୋଷ୍ଟରେ ଜଣାଇଛନ୍ତି ଯେ, ପ୍ରତି ରବିବାର ପ୍ରଶଂସକଙ୍କୁ ଭେଟିବା ସମୟରେ ସେ କାହିଁକି ଜୋତା ପିନ୍ଧନ୍ତି ନାହିଁ । ସେ କହିଛନ୍ତି ମନ୍ଦିରକୁ କେହି କଣ ଜୋତି ପିନ୍ଧି ଯାଆନ୍ତି କି । ଶୁଭେଚ୍ଛୁମାନେ ମୋ ପାଇଁ ମନ୍ଦିର । ୧୯୮୨ ମସିହାରୁ ପ୍ରତି ରବିବାର ଅମିତାଭ ବଚ୍ଚନ ତାଙ୍କ ଘର ବାହାରେ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇ ଆସୁଛନ୍ତି । ବୋଧହୁଏ ଏହି ନମ୍ର ସ୍ୱଭାବ ହିଁ ତାଙ୍କୁ ଆଜି ଜଣେ ବର୍ଷିଆନ କଳାକାର ଭାବେ ପରିଣତ କରିଛି ।


error: Content is protected !!