ଭବିଷ୍ୟତ ଗଢିବାରେ ସହାୟକ ହେଉଛି ପୁରୁଣା ବହି ଦୋକାନଏବେବି ପୁରୁଣା ବହି ଦୋକାନରେ ଭିଡ଼ ପରିଲିକ୍ଷିତ ହେଉଛି


କଟକ : ବହି ଶିକ୍ଷା ଦାନର ଏକ ଅବିଚ୍ଛେଦ ଅଙ୍ଗ । ପାଠକଙ୍କ ପାଇଁ ବହିର କଣ ମୂଲ୍ୟ ସେମାନେ ହିଁ କହିପାରିବେ । ବେଳେ ବେଳେ ବଜାରର ବଡ଼ ବଡ଼ ବହି ଦୋକାନ ନ ଯାଇ, ପୁରୁଣା ବହି ଯେଉଁଠି ସବୁ ମିଳିଯାଇଥାଏ ସେହି ଦୋକାନକୁ ଯିବାକୁ ପଡିଥାଏ। କେତେବେଳେ ବଡ଼ ଦୋକାନରେ ବହି ନ ମିଳିଲେ ଏହି ପୁରୁଣା ବହି ବିକ୍ରୟ ଦୋକାନରେ ତାହା ମିଳିଯାଏଥାଏ ତ ଆଉ କେତେବେଳେ ଟଙ୍କାର ଅଭାବ ଏହି ବହି ଦୋକାନକୁ ଟାଣି ନେଇ ଯାଇଥାଏ।ତେବେ କହିବାକୁ ଗଲେ ଭବିଷ୍ୟତ ଗଢୁଛି ଏହି ପୁରୁଣା ବହି ବିକ୍ରୟ ଦୋକାନ । ଏବେବି ପୁରୁଣା ବହି ଦୋକାନରେ ଭିଡ଼ ପରିଲିକ୍ଷିତ ହେଉଛି । ଅନେକ ଗରିବ ପିଲାଙ୍କର ଆଶା ବାଡ଼ି ସାଜିଛି ଏହି ବହି ଦୋକାନ । ଯେଉଁ ବହି ବଡ ବଡ ଦୋକାନରୁ ମିଳୁନି ସେହି ବହି ଏହି ସବୁ ପୁରୁଣା ଦୋକାନରୁ ମିଳିଯାଉଛି । ଏଠାରେ ବାୟୋଗ୍ରାଫି, ଅଟୋବାୟୋଗ୍ରାଫି ଠାରୁ ଆରମ୍ଭ କରି କମିକ୍ସ ଓ ଲଭଷ୍ଟୋରି ବୁକ୍ ଭଳି ରହିଛି ନାନା ପ୍ରକାରର ବହି ।ବହୁ ପ୍ରସିଦ୍ଧ ଲେଖକ ଓ କବିମାନଙ୍କର ଲିଖନିଧାରା ଏହି ବୁକ୍ ସପରେ ସମାହିତ ହୋଇଛି । ବହୁ ପୁରୁଣା ଉପନ୍ୟାସ ସହ ଅନେକ ଲୋକପ୍ରିୟ ବହିକୁ ମଧ୍ୟ ଏଠାରେ ସ୍ଥାନ ଦିଆଯାଇଛି । ଏଥିସହିତ ବିଭିନ୍ନ ପ୍ରକାର ମାଇଥୋଲୋଜି ବୁକ୍ ସହିତ କୁନିକୁନି ପିଲାଙ୍କ ପାଇଁ ବହୁ ଶିକ୍ଷଣୀୟ ବହି ଏଠାରେ ରହିଛି । ଓଡିଆ ,ଇଂରାଜୀ ଭାଷା ଠାରୁ ଆରମ୍ଭ କରି ଭିନ୍ନ ଭିନ୍ନ ଭାଷା ଓ ନାନା ପ୍ରକାରର ବହି ଏଠାରେ ମିଳେ ।ଏହି ବହି ଦୋକାନ ରୁ ବହି ପଢି କିଏ ବୈଜ୍ଞାନିକ ହେଉଛନ୍ତି ତ କିଏ ଡ଼ାକ୍ତର ହୋଇଛନ୍ତି । ଅର୍ଥ ଅଭାବରୁ ଯିଏ ବହି ଖଣ୍ଡେ କିଣି ପାରେନି ସିଏ ସେ କଷ୍ଟ ଜାଣିପାରିବନି । କାରଣ ଅତି କମ୍ ମୂଲ୍ୟ ରେ ବହି କିଣି ଉଚ୍ଚ ଶିକ୍ଷିତ ହୋଇପାରିଛନ୍ତି ଅନେକ ଛାତ୍ର ଛାତ୍ରୀ।


error: Content is protected !!