ରାଜ୍ୟରେ ଯାତ୍ରୀ ପରିବହନ ସେବା ଆହୁରି ସୁଗମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହତ୍ତ୍ଵାକାଂକ୍ଷୀ ଲକ୍ଷ୍ମୀ ବସ୍ ଯୋଜନା ଆଜିଠୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି


ରାଜ୍ୟରେ ଯାତ୍ରୀ ପରିବହନ ସେବା ଆହୁରି ସୁଗମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହତ୍ତ୍ଵାକାଂକ୍ଷୀ ଲକ୍ଷ୍ମୀ ବସ୍ ଯୋଜନା ଆଜିଠୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମାଲକାନଗିରିରୁ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ଐତିହାସିକ ଯୋଜନାରେ ଅନେକ ଗାଁ ଓ ପଞ୍ଚାୟତକୁ ଜିଲ୍ଲା ସଦର ମହକୁମାରୁ ଉନ୍ନତମାନର ବସ୍ ସେବା ମିଳିପାରିବ। ଯେଉଁ ଗ୍ରାମଗୁଡିକୁ ବ୍ଲକ ସଦରରୁ ବସ୍ ସେବା ନଥିଲା, ସେହି ଗ୍ରାମଗୁଡିକୁ ଲୋକେ ଆରାମରେ ଯାତାୟତ କରିପାରିବେ ।ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ୧୯୨ କୋଟି ଟଙ୍କା ବ୍ୟୟରେ ୧୮ଟି ଜନ କଲ୍ୟାଣକାରୀ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ।


error: Content is protected !!