ଜୟପୁର : ପ୍ରଥମ ସ୍ତ୍ରୀକୁ ହତ୍ୟା କରି ଜେଲ୍ ଯାଇଥିଲା। ୧୫ ବର୍ଷ ଜେଲଦଣ୍ଡ ପରେ ମଧ୍ୟ ବଦଳିଲାନି ମାନସିକତା । ଜେଲ୍ରୁ ଆସିଲା ପରେ ପୁଣି ଦ୍ୱିତୀୟ ସ୍ତ୍ରୀଙ୍କୁ ହତ୍ୟା କଲା । କୋରାପୁଟ୍ ଜିଲ୍ଲା ଜୟପୁର ସହରାଞ୍ଚଳରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ହତ୍ୟାକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।ସୂଚନା ଅନୁସାରେ ଖାଇବାରେ ବିଳମ୍ବ ହେବାରୁ ଡଙ୍ଗାଗୁଡ଼ାଗାଁର ଭଗତ ହରିଜନ ତା ଦ୍ୱିତୀୟ ପତ୍ନୀ କୁସୁମା ହରିଜନଙ୍କୁ ଅତି ନିର୍ମମ ଭାବେ କାଠ ଫାଳିଆରେ ପିଟି ହତ୍ୟା କରିଥିଲା। ପରେ ଘର ଛାଡ଼ି କେଉଁ ଆଡେ ପଳାଇ ଯାଇଥିଲା। ଏନେଇ ତାଙ୍କ ପୁଅ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣା ସ୍ଥଳରେ ଟାଉନପୋଲିସ ସହ ସାଇଣ୍ଟିଫିକ ଟିମ ତଦନ୍ତ ପରେ ହତ୍ୟାକାରୀ ସ୍ବାମୀ ଭଗତ ହରିଜନକୁ ବୋରିଗୁମ୍ମାରୁ ଗିରଫ କରିଛି ଜୟପୁର ପୋଲିସ। ଜେଲ ଫେରନ୍ତା ସ୍ବାମୀ ବାରମ୍ବାର ଦ୍ୱିତୀୟ ସ୍ତ୍ରୀକୁ ନିର୍ଯ୍ୟାତନା ଦେବା ସହ ଶେଷରେ କାଠଫାଳିଆ ହତ୍ୟା କରିଥିବା କହିଛନ୍ତି ଟାଉନଥାନା ଅଧିକାରୀ ସତ୍ୟାନନ୍ଦ ବେହେରା ।ଅଭିଯୋଗରୁ ପ୍ରକାଶ, ପୂର୍ବରୁ ଭଗତ ହରିଜନ ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ହତ୍ୟା କରିଥିଲା। ସେଥିପାଇଁ ସେ ଗିରଫ ହୋଇ ଜେଲ୍ ଯାଇଥିଲା। ୧୫ ବର୍ଷ ଧରି ଜେଲ୍ରେ ଥିଲା। ହେଲେ ବଦଳି ନଥିଲା ତା ମାନସିକତା।
More Stories
କିଏ ଏହି ରେଭେନ୍ସା ? କାହିଁକି ତାଙ୍କ ନାମରେ ନାମିତ ହୋଇଛି ବିଶ୍ୱବିଦ୍ୟାଳୟ ? ଜାଣନ୍ତୁ…
ବଢ଼ିଲା କମର୍ସିଆଲ ଗ୍ୟାସ ଦର
ଆଜିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ