January 26, 2026

Now Odisha

Now Odisha

ବରଗଡ଼ ପାଇଁ ଗୌରବ: ୭ କଳାକାରଙ୍କୁ ମିଳିଲା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

Spread the love

ରାଜ୍ୟ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ କଳା ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବୁଧବାର ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର କଳାକାରଙ୍କୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ବରଗଡ଼ ଜିଲା ୭ଜଣ ବିଶିଷ୍ଟ କଳାକାର ରହିଛନ୍ତି।

ମର୍ଯ୍ୟାଦାଜନକ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ପଦ୍ମଶ୍ରୀ ଭାଗବତ ପ୍ରଧାନ, ଲୋକନାଟ୍ୟରେ ପୂର୍ବତନ କଂସ ମହାରାଜ ତଥା ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ଉପସଭାପତି ଭୁବନେଶ୍ୱର ପ୍ରଧାନ, ଲୋକବାଦ୍ୟରେ ପଶ୍ଚିମ ଓଡ଼ିଶା କଳାକାର ମହାସଂଘର ଅଧ୍ୟକ୍ଷ ଚୈତନ୍ୟ ପାଇକ, ଲୋକନୃତ୍ୟରେ ବିଶିଷ୍ଟ ନୃତ୍ୟ ନିର୍ଦ୍ଦେଶକ ଗାନ୍ଧୀ ବାରିକ, ଲୋକଗୀତରେ ବିଶିଷ୍ଟ କଣ୍ଠଶିଳ୍ପୀ ରୀନା ଦାଶ, ଯୁବ ପ୍ରତିଭା ସମ୍ମାନରେ ସୁନିଲ ବିଭାର ଏବଂ ରମେଶ ଗୁର୍ଲାଙ୍କୁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ସହିତ ମାନପତ୍ର, ଉପଢ଼ୌକନ ଓ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି।ବରଗଡ଼ ଜିଲାରୁ ପ୍ରଥମଥର ପାଇଁ ଏତେ ସଂଖ୍ୟାରେ କଳାକାରଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିବାରୁ ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯିବା ସହ ପୁରସ୍କୃତ ହୋଇଥିବା କଳାକାରଙ୍କୁ ମହାସଂଘ ସମ୍ପାଦକ ଗୋପବନ୍ଧୁ ପୁରୋହିତ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

error: Content is protected !!