ନିଆଳିରେ ଜିଡେ ପାଇଁ ଲାଗିଲା ବ୍ରେକ୍


ନିଆଳି: ନିଆଳିରେ ଜିଡେ ପାଇଁ ଲାଗିଲା ବ୍ରେକ୍ । ପବିତ୍ର ଶାରଦୀୟ ଦୁର୍ଗାପୂଜା ଓ ଭସାଣ ଉତ୍ସବ ଉପଲକ୍ଷେ ନିଆଳି ତହସିଲ୍ କାର୍ଯ୍ୟାଳୟ ପରିସରରେ ଗୁରୁବାର ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଆଳି ବଜାର ହରପାର୍ବତୀ ପୂଜା କମିଟି, ବଙ୍ଗାଳିସାହି ହରପାର୍ବତୀ ପୂଜା କମିଟି ଓ ବଙ୍ଗାଳିସାହି ଦୁର୍ଗପୂଜା କମିଟିର ମୁଖ୍ୟ ଶାନ୍ତି କମିଟିର ସମସ୍ତ ସଭ୍ୟ ଓ ନିଆଳି ଅଞ୍ଚଳର ବହୁ ବୁଦ୍ଧିଜୀବି ଏହି ବୈଠକରେ ଯୋଗ ଦେଇଥିଲେ । ବିଶେଷକରି ଭସାଣ ଉତ୍ସବରେ ଡିଜେ ସାଉଣ୍ଡ ବ୍ୟବହାର ଫଳରେ ଶବ୍ଦ ପ୍ରଦୂଷଣ ହେବା ସହ ବିଭିନ୍ନ ସମସ୍ୟା ଉପୁଜୁଥିବାରୁ ପୂଜା ମଣ୍ଡପ ଓ ଭସାଣରେ ଡିଜେ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇଛି । ସେହିପରି ବଙ୍ଗାଳିସାହିରୁ ନିଆଳି ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ସ୍ଥାନରେ ପାଣି ଜମୁଥିବାରୁ ଯୁଦ୍ଧକାଳୀନ ଭିଭିରେ ଏହି ରାସ୍ତା ଉପରେ ବାଲି ପକାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ନିଆଳି ଓ ନୂଆଗାଁର ସୀମା ପ୍ରାଚୀ ନଦୀର ଦେବୀ ଘାଟ ନିକଟ ଅତ୍ୟନ୍ତ ଅପରିସ୍କାର ଓ ଅସ୍ବାସ୍ଥ୍ୟକର ପରିବେଶ ହୋଇଥିବାରୁ ସେଠାକୁ ତୁରନ୍ତ ସଫେଇ କରାଯିବା ଉପରେ ଆଲୋଚନା ହୋଇଥିବା ବେଳେ ଶାନ୍ତିଶୃଙ୍ଖଳାର ସହ ଶାରଦୀୟ ଦୁର୍ଗା ପୂଜା ଓ ଭଷାଣି ଉତ୍ସବ ସମାପନ କରିବାକୁ କମିଟି ପକ୍ଷରୁ ନିଷ୍ପରି ନିଆଯାଇଥିଲା ।


error: Content is protected !!