ଭୁବନେଶ୍ୱର: ନିଜକୁ ଚିହିଁବା, ଜୀବନକୁ ବୁଝିବା ଓ ସଫଳତା ଦିଗରେ ଅଗ୍ରସର ହେବାର ନିମନ୍ତେ ବେଦାନ୍ତ ଜ୍ଞାନ ଉପରେ ଆଧାରିତ ବିଶେଷ ତିନିଦିନିଆ ଜ୍ଞାନ ଯଜ୍ଞ ଆଜି ଉଦଘାଟନ ହୋଇ ଯାଉଛି।ଏହି ଆଧ୍ୟାତ୍ମିକ–ଜ୍ଞାନମୟ କାର୍ଯ୍ୟକ୍ରମ 28 ନଭେମ୍ବର 2025 ଠାରୁ 30 ନଭେମ୍ବର 2025 ପର୍ଯ୍ୟନ୍ତ, ବୁଦ୍ଧ ମନ୍ଦିର, ୟୁନିଟ–9, ଭୁବନେଶ୍ୱର ଠାରେ ପ୍ରତିଦିନ ସନ୍ଧ୍ୟା 6.00ରୁ 7.45 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।ଆଧ୍ୟାତ୍ମିକ ମୂଳ୍ୟବୋଧ ଓ ଜୀବନ ପରିଚାଳନାର ସମନ୍ୱୟ
ମନୁଷ୍ୟ ଜୀବନର ଉଦ୍ଦେଶ୍ୟ, ସମାଜର ମଙ୍ଗଳ, ଦୈନିକ ଜୀବନର ଚାପ, ଦ୍ଵନ୍ଦ୍ୱ, ଓ ମାନସିକ ବିଭ୍ରାଟକୁ କିପରି ସଠିକ୍ ଜ୍ଞାନ ଆଧାରରେ ସମାଧାନ କରାଯାଇପାରେ—ତାହା ସ୍ୱାମୀଜୀ ସମସ୍ତ ଙ୍କୁ ଅବଗତ କରି ଥିଲେlପୂଜ୍ୟ ସ୍ୱାମୀ ଭଗବାତାନନ୍ଦ ସରସ୍ୱତୀଜୀଙ୍କର ଅଦ୍ୱୈତ ବେଦାନ୍ତ ସାଧକମାନଙ୍କୁ ଆତ୍ମ–ଜ୍ଞାନର ଦିଗରେ ପ୍ରେରିତ କରିବା ସହିତ ସଫଳ ଜୀବନପଥରେ ନେଇଯିବ ବୋଲି ଆଶା ପ୍ରତିଦିନ ପ୍ରଶ୍ନୋତ୍ତର ସଭା
ଆଜି ର ବିଷୟ ନିତ୍ୟ ଓ ଅନିତ୍ୟ ଉପରେ କିଛି ମହାନୁଭବଙ୍କ ପ୍ରଶ୍ନ ର ଉତ୍ତର ସମସ୍ତଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେlମୁଁ କିଏ ଓ ଅନ୍ୟାନ୍ୟ ବିଷୟ ସମସ୍ତ ଙ୍କୁ ଅବଗତ କରାଇ ଥିଲେlଆୟୋଜନର ପ୍ରତିଦିନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିବ, ଯେଉଁଠି ଶ୍ରୋତାମାନେ ନିଜ ଜୀବନ, ଆଧ୍ୟାତ୍ମିକତା ଓ ବେଦାନ୍ତ ବିଷୟରେ ସ୍ୱାମୀଜୀଙ୍କୁ ପ୍ରଶ୍ନ କରିପାରିବେ।ବେଦାନ୍ତ ବିଜ୍ଞାନ ଗୁରୁକୁଳମ ପକ୍ଷରୁ ସମସ୍ତ ଆଧ୍ୟାତ୍ମିକ–ଆଗ୍ରହୀ, ସାଧକ, ଯୁବ ଏବଂ ନାଗରିକମାନଙ୍କୁ ଏହି ଜ୍ଞାନ ଯଜ୍ଞରେ ବହୁ ସଂଖ୍ୟାରେ ଯୋଗଦାନ କରିଥିବାରୁ ଧନ୍ୟବାଦ ଜ୍ଞାପନ କରାଯାଇଛି।

More Stories
ଗାଧେଇବାକୁ ଯାଇ ପୋଖରୀରେବୁଡି ଯୁବକ ମୃତ
ଖୁବ୍ ଜୋରରେ ଝଡ଼ ବର୍ଷା ସମ୍ଭାବନା
ଗୁପଚୁପ୍ ଦେଲା ଦୁଃଖ ; ଚାଲିଗଲା ଛଅ ବର୍ଷର ଶିଶୁର ଜୀବନ, ୪୩ ରୁ ଅଧିକ ଅସୁସ୍ଥ