ଭୁଲ ଇଞ୍ଜେକ୍ସନ ଦେବା ଯୋଗୁଁ ନାବାଳିକା ଶିଶୁକନ୍ୟାର ମୃତ୍ୟୁ


ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଧୀନ ପାଟସୁନ୍ଦରପୁର ଗ୍ରାମର ୬ ବର୍ଷୀୟ ନାବାଳିକା ଶିଶୁକନ୍ୟା ରଶ୍ମିତା ସେନାପତିଙ୍କୁ ଭୁଲ ଇଞ୍ଜେକ୍ସନ ଦେବା ଯୋଗୁଁ ନାବାଳିକା ଶିଶୁକନ୍ୟାର ମୃତ୍ୟୁ ଦେବା ଘଟଣାରେ ସମ୍ପୃକ୍ତ ଡାକ୍ତରଙ୍କ ସମେତ ନାବାଳିକା ଶିଶୁକନ୍ୟାର ମୃତ୍ୟୁ ପାଇଁ ଦାୟୀ ଦୋଷୀ ମାନଙ୍କ ବିରୁଦ୍ଧରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ନେବା ସାଙ୍ଗେ ସାଙ୍ଗେ ନାବାଳିକା ଶିଶୁକନ୍ୟାର ପରିବାରକୁ କ୍ଷେତ୍ତି ପୂରଣ ବାବଦକୁ ୫୦,୦୦୦,୦୦ (ପଚାଶ ଲକ୍ଷ ଟଙ୍କା) କ୍ଷେତ୍ତି ପୂରଣ ଯୋଗେଇ ଦେବାପାଇଁ ଜାତୀୟ ମାନବ ଅଧିକାର କମିଶନଙ୍କ ଏନ.ଏଚ.ଆର.ସି କେଶ ନମ୍ବର ୧୭୩୧୮/୨୦୨୩ କେଶ ଦାଏର କଲେ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ |ଏହି ମାମଲାରେ ଜିଲ୍ଲାପାଳ ପୁରୀ, ସିଡ଼ିଏମଓ ପୁରୀ, ଏସପି ପୁରୀ, ଡିଜି ପୋଲିସ ଓଡିଶା, ଗୃହ ସଚିବ ଓଡିଶା, ସ୍ୱାସ୍ଥ୍ୟ ସଚିବ ଓଡିଶା, ମୁଖ୍ୟ ଶାସନ ସଚିବ ଓଡିଶା, ମୁଖ୍ୟମନ୍ତ୍ରୀ ଓଡିଶା ଏବଂ ରାଜ୍ୟପାଳ ଓଡିଶାଙ୍କୁ ପକ୍ଷଭୁକ୍ତ କରାଯାଇଛି |


error: Content is protected !!