March 15, 2026

Now Odisha

Now Odisha

ନୂଆବର୍ଷ ପୂର୍ବରୁ ରାଜ୍ୟରେ ଗଡ଼ିବ ୨୦୦ ନୂଆ ୧୦୮ ଆମ୍ବୁଲାନ୍ସ।

Spread the love

ଭୁବନେଶ୍ବର: ନୂଆବର୍ଷ ପୂର୍ବରୁ ରାଜ୍ୟରେ ଗଡ଼ିବ ୨୦୦ ନୂଆ ୧୦୮ ଆମ୍ବୁଲାନ୍ସ। ଏହି ଗାଡ଼ି ଆସି ସାରିଥିବା ବେଳେ ଏହାର ବ୍ରାଣ୍ଡିଂ ଚାଲିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏବେ ବି ଦଦରା ଗାଡ଼ି ରାସ୍ତାରେ ଗଡ଼ୁଛି। ବିଶେଷ କରି ବ୍ୟାକଅପ୍‌ ପାଇଁ ଏଗୁଡ଼ିକୁ ବ୍ୟବହାର କରାଯାଉଥିବା ସୂଚନା ମିଳିଛି। ମାଗଣା ରୋଗୀସେବାକୁ ନେଇ ପୂର୍ବ ସରକାରଙ୍କ ସମୟରେ ୧୦୮ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା। ଏହା ବେଶ ଆଦୃତ ହୋଇଥିଲା। ପର୍ଯ୍ୟାୟ କ୍ରମେ ଏଥିରେ ବୃଦ୍ଧି କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ରକ୍ଷଣାବେକ୍ଷଣ ଅଭାବରୁ ଗାଡ଼ି ନଷ୍ଟ ହୋଇ ବାଟରେ ଅଟକୁଥିବା ଘଟଣା ସାମ୍ନାକୁ ଆସୁଥିଲା। କିଛି ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ମଧ୍ୟ ହୋଇଥିଲା। ‌ପ୍ରାୟ ବର୍ଷେ ହେବ ରାଜ୍ୟରେ ୪୨୦ଟି ୧୦୮ ଆମ୍ବୁଲାନ୍ସର ସ୍ଥିତି ବେହାଲ ହୋଇପଡ଼ିଛି।
ନିର୍ଦେଶନାମା ଅନୁସାରେ ୫ ବର୍ଷ ପୂରଣ ହୋଇଥିବା ୧୧୨ ଗାଡ଼ିର ଅବଧି ଆସନ୍ତା ୨୦୨୬ ଜାନୁଆରୀ ମଧ୍ୟରେ ଶେଷ ହେବ। ତେଣୁ ଜାତୀୟ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଥିବା ଜଣାପଡ଼ିଛି। ଏହି ୪୨୦ଟି ଆମ୍ବୁଲାନ୍ସ ବାଦ ଆଉ ଚାରି ମାସ ପରେ ପୁଣି ୧୧୨ଟି ଆମ୍ବୁଲାନ୍ସ ଅବଧି ଶେଷ ହେବ। ଆସନ୍ତା ମାସରେ ଏହି ସେବାରେ ୨୦୦ଟି ଆମ୍ବୁଲାନ୍ସ ସାମିଲ ହେବ ଏବଂ ପରବର୍ତ୍ତୀ ସମୟରେ ବଳକା ଆମ୍ବୁଲାନ୍ସ ଆସିବ ବୋଲି ଜଣାପଡ଼ିଛି। ବର୍ତ୍ତମାନ ୮୬୦ଟି ୧୦୮ ଆମ୍ବୁଲାନ୍ସ, ୫୦୦ଟି ଜନନୀ ଏକ୍ସପ୍ରେସ ଏବଂ ୬ଟି ବୋଟ୍ ଆମ୍ବୁଲାନ୍ସ ରୋଗୀ ସେବାରେ ନିୟୋଜିତ ରହିଛି।

error: Content is protected !!