ମନ୍ତ୍ରୀ ସାରଦା ନାୟକ ଟଙ୍କା ଉଡାଇଲେ


ସୁନ୍ଦରଗଡ଼ରେ ମୁସଲିମ ୟୁଥ୍ କମିଟି ପକ୍ଷରୁ ଆୟୋଜିତ କୱାଲି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିବା ମନ୍ତ୍ରୀ ସାରଦା ନାୟକ ଟଙ୍କା ଉଡାଇଲେ।

★ କେତେବେଳେ ମନ୍ତ୍ରୀ କୱାଲି ଗାୟକଙ୍କ ମୁଣ୍ଡ ଉପରେ ଟଙ୍କା ଉଡ଼ାଉଥିଲେ ତ କେତେ ବେଳେ ଗାୟକଙ୍କ ହାତକୁ ଗୋଟିଏ ପରେ ଗୋଟିଏ ନୋଟ ବଢାଇ ଦେଉଥିଲେ।

★ କିଛି ଦିନ ତଳେ ସୁନ୍ଦରଗଡ଼ ସୁନାରିପଡାଠାରେ ଗଣେଶ ପୂଜା ଭସାଣି ଉତ୍ସବ ମଞ୍ଚ ଉପରେ ‘ମେ ହୁଁ ଡନ୍‌’ ଗୀତରେ ନୃତ୍ୟ କରି ଚର୍ଚ୍ଚାକୁ ଆସିଥିଲେ ମନ୍ତ୍ରୀ।

★ ଏହା ପୂର୍ବରୁ ୨ ଦିନ ତଳେ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ରାଉରକେଲା ସରକାରୀ ଡାକ୍ତରଖାନାସ୍ଥ ରକ୍ତଭଣ୍ଡାରର ଆୟୋଜିତ ରକ୍ତଦାନ ଶିବିରରେ ମନ୍ତ୍ରୀ ଜଣେ ରକ୍ତଦାତାଙ୍କ ରକ୍ତ ଟାଣିଥିଲେ, ଯାହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ରକ୍ତ ସଂଗ୍ରହ ଏକ ସମ୍ବେଦନଶୀଳ କାର୍ଯ୍ୟକ୍ରମ, ସତର୍କ ଓ ସୁରକ୍ଷିତ ପ୍ରକ୍ରିୟା ମଧ୍ୟରେ ଅଭିଜ୍ଞ କର୍ମଚାରୀ ହାତରେ ଗ୍ଲୋଭ ଲଗାଇ ରକ୍ତ ଟାଣିଥାନ୍ତି। ହେଲେ କେଉଁସ୍ଥିତିରେ ମନ୍ତ୍ରୀଙ୍କୁ ରକ୍ତ ଟାଣିବାକୁ ଅନୁମତି ଦିଆଗଲା ତାକୁ ନେଇ ଉଠିଛି ପ୍ରଶ୍ନ। ରକ୍ତ ଟାଣିଲା ବେଳେ ମନ୍ତ୍ରୀ ହାତରେ ଗ୍ଲୋଭ ଲଗାଇ ନଥିଲେ। ଏପରିକି ମନ୍ତ୍ରୀ ଗୁଡ୍ଡୁ ସୋନାର ନାମକ ଜଣେ ବିଜେଡି କର୍ମକର୍ତ୍ତା ରକ୍ତଦାତାଙ୍କ ହାତରେ ଠିକ୍ ଭାବରେ ଛୁଞ୍ଚି ଲଗାଇ ପାରୁ ନଥିବା ଦେଖାଯାଇଥିଲା। ଯାହାକୁ ସାଧାରଣରେ ନାପସନ୍ଦ କରାଯାଇଛି।


error: Content is protected !!