ନବରାତ୍ରର ସପ୍ତମ ଦିବସ ମା’ଙ୍କ କାଳରାତ୍ରୀ ରୂପ


ॐ ଏକବେଣୀ ଜପାକର୍ଣ ପୁରା ନଗ୍ନା ଖରାସ୍ଥିତା,ଲମ୍ବୋଷ୍ଠୀ କର୍ଣିକାକର୍ଣୀ ତୈଲାଭ୍ୟଙ୍ଗଶରୀରିଣୀ।ବାମପାଦୋଲ୍ଲସଲ୍ଲୋହ ଲତାକଣ୍ଟକ ଭୂଷଣା,ବର୍ଧନ୍ମୂର୍ଧଧ୍ୱଜା କୃଷ୍ଣା କାଲରାତ୍ରିର୍ଭୟଙ୍କରୀ ଚାଲିଛି ମା’ ଜଗତଜନନୀଙ୍କ ନବରାତ୍ରୀ ପୂଜା।ଏହି ନବରାତ୍ର ପୂଜାରେ ମହାସପ୍ତମୀ ଦିନ ଅସୁରଙ୍କ ସଂହାର କରିବା ପାଇଁ ମା’ ଉଗ୍ର ରୂପ ଧାରଣ କରିଥିଲେ । ମାନ୍ୟତା ରହିଛି ସପ୍ତମୀ ତିଥିରେ ମା’ଙ୍କୁ ବିଧିବିଧାନ ଓ ଭକ୍ତି ଭାବରେ ପୂଜା କଲେ ମା’ ପ୍ରସନ୍ନ ହୋଇଥାନ୍ତି ଓ ଭକ୍ତଙ୍କୁ ଆଶୀର୍ବାଦ ଦେଇଥାନ୍ତି।ଏଥିପାଇଁ ମା’ ଶୁଭଙ୍କରୀ ନାମରେ ମଧ୍ୟ ଜଗତରେ ପରିଚିତ।ବିଶେଷ କରି ମା’ଙ୍କ ଏହି ପୂଜା ରାତ୍ରି କାଳରେ ସମ୍ପର୍ଣ୍ଣ ହୋଇଥାଏ।ନବରାତ୍ରୀର ସପ୍ତମୀ ତିଥିରେ ମା’ ଦୁର୍ଗା କାଳରାତ୍ରୀ ରୂପ ଧାରଣ କରନ୍ତି।ବିଶ୍ୱାସ ରହିଛି ଏହି ତିଥିରେ ବିଶ୍ୱର ସମସ୍ତ ଶକ୍ତି ମା’ଙ୍କ ପାଖରେ ଠୁଳ ହୋଇଥାଏ। ବିଧି ଅନୁସାରେ ମା’ଙ୍କୁ ଏହି ‘କାଳରାତ୍ରୀ’ ବେଶରେ ପୂଜା କଲେ ସିଦ୍ଧି ପ୍ରାପ୍ତ ହୋଇଥାଏ।ମା’ ‘କାଳରାତ୍ରୀ’ଙ୍କ ତିନୋଟି ଆଖି ରହିଥାଏ ଓ ଏହି ବେଶରେ ମା’ଙ୍କ ରୂପ ଅତ୍ୟନ୍ତ ଭୟଙ୍କର ହୋଇଥାଏ।ମା କାଳରାତ୍ରୀ ନିଜର ସମସ୍ତ ଭକ୍ତଙ୍କୁ ଅଭୟ ବରଦାନ ଦେବା ସହ ଗ୍ରହଦୋଷ ଦୂର କରିଥାନ୍ତି।ଏଥିସହିତ ଅକାଳମୃତ୍ୟୁରୁ ମଧ୍ୟ ଆଶ୍ରିତ ମାନଙ୍କୁ ରକ୍ଷା କରିଥାନ୍ତି।ଅଜଣା ଭୟ,ଶତ୍ରୁ ଭୟ ଓ ମାନସିକ କଷ୍ଟ ଦୂର କରି ଅଭୟ ପ୍ରଦାନ କରିଥାନ୍ତି।ଦେବୀ ଭାଗବତ ପୁରାଣ ଆଧାରରେ ମା କାଳରାତ୍ରୀ ଅଭୟ ବରଦାୟିନୀ।ମା’ କାଳରାତ୍ରୀ କାଳୀ,ମହାକାଳୀ,ଭଦ୍ରକାଳୀ,ଭୈରବୀ,ରୁଦ୍ରାଣୀ,ଚଣ୍ଡି,ରୌଦ୍ରୀ ଓ ଧୁମୋରଣା,ଚାମୁଣ୍ଡା ଆଦି ନାମରେ ବିଦିତ।ଦେବୀ କାଳରାତ୍ରୀଙ୍କ ଶରୀର ଅନ୍ଧାର ପରି କଳା ବର୍ଣ୍ଣ ,ମୁକ୍ତକେଶୀ,ବେକରେ ବିଜୁଳି ପରି ଯାଜୁଲ୍ୟମାନ କରୁଥିବା ମାଳ।ମୁଖରେ କ୍ରୋଧର ଭାବ।ମା’ ଗଧ ଉପରେ ବିରାଜିତ।ମା’ଙ୍କ ଡାହାଣ ହସ୍ତ ସର୍ବଦା ଉପରକୁ ଉଠିଥାଏ ଯାହାର ଅର୍ଥ ସମସ୍ତଙ୍କୁ ଆର୍ଶୀବାଦ ଦେଇଥାନ୍ତି।ଡାହାଣ ପାଶ୍ବର ନିମ୍ନ ହସ୍ତ ଅଭୟ ମୁଦ୍ରାରେ ରହିଥାଏ ଓ ବାମ ପାଶ୍ବର ଦୁଇ ହସ୍ତରେ ଅସ୍ତ୍ର ଧରିଥାନ୍ତି।ମା’ ତ୍ରିନୟନା।ପୌରାଣିକ କଥାବସ୍ତୁ ଆଧାରରେ ଶୁମ୍ଭ-ନିଶୁମ୍ଭ ଓ ରକ୍ତବୀଜର ସଂହାର ପାଇଁ ମା ପାର୍ବତୀ ଦୁର୍ଗାଙ୍କ ରୂପ ଧାରଣା କରିଥିଲେ।ଦୁର୍ଗାଙ୍କ ରୂପରେ ଶୁମ୍ଭ-ନିଶୁମ୍ଭ ଦୁଇ ରାକ୍ଷାସଙ୍କୁ ବଧ କରିଥିଲେ।କିନ୍ତୁ ରକ୍ତବୀଜକୁ ବଧ କଲାବେଳେ ତା’ ଶରୀରରୁ ପଡୁଥିବା ରକ୍ତ ଧରାପୃଷ୍ଠରେ ପଡି ଲକ୍ଷ ଲକ୍ଷ ରକ୍ତବୀଜ ଜନ୍ମନେଲେ।ସେତେବେଳେ ମା’ ଦୁର୍ଗା କାଳରାତ୍ରୀ ସ୍ବରୂପରେ ଆର୍ବିଭାବ ହୋଇ ରକ୍ତବୀଜକୁ ବଧ କରି ତା’ର ରକ୍ତପାନ କରିଥିଲେ ଏବଂ ଏ ସୃଷ୍ଟିକୁ ରକ୍ଷା କରିଥିଲେ।

• ସପ୍ତମୀ ଦିନରପୂଜା ପଦ୍ଧତି : ଆବାହନ ହୋଇଥିବା କଳସ ପୂଜା ପରେ ମାଆଙ୍କ ମହାସପ୍ତମୀ ପୂଜା ଆରମ୍ଭ ହୋଇଥାଏ। ଧୂପ,ଦୀପ,ଅକ୍ଷତ,ଫଳ,ଫୁଲ ଇତ୍ୟାଦି ସହିତ ମାଆଙ୍କୁ ଆବାହନ କରାଯାଇଥାଏ।ଏହାପରେ ଷୋଡ଼ଶ ଉପଚାର ବିଧିରେ ମାଙ୍କ ପୂଜା ସମ୍ପର୍ଣ୍ଣ ହୋଇଥାଏ।ଅନେକ ସ୍ଥାନରେ ଦେବୀଙ୍କ ସହଚରି ଛାୟା ମାୟାଙ୍କ ଉଦେଶ୍ୟରେ ପ୍ରତୀକାତ୍ମକ ବଳି ଉତ୍ସର୍ଗ କରାଯାଏ।ଏହାପରେ ମହାସ୍ନାନ କରାଯାଇ ଦେବୀଙ୍କ ଅତିପ୍ରିୟ ଲାଲ ଫୁଲ ମନ୍ଦାର କିମ୍ବା ଗୋଲାପ ଫୁଲ ଅର୍ପଣ କରାଯାଏ।ଏହାଦ୍ୱାରା ଦେବୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି।ପୂଜା ଶେଷରେ ମାତାଙ୍କୁ ଗୁଡ଼ର ଭୋଗ ଲଗାଯିବାର ବିଧାନ ରହିଛି।ଏହାପରେ ଗୂଡ଼ ପ୍ରସ୍ତୁତ ପ୍ରସାଦକୁ ବ୍ରାହ୍ମଣଙ୍କୁ ଦାନ କଲାପରେ ଅନ୍ୟମାନେ ପ୍ରସାଦ ଗ୍ରହଣ କରିବା ବିଧେୟ।ପୂଜା ସମୟରେ ଭକ୍ତି ବିନମ୍ର ଚିତ୍ତରେ ମାଆଙ୍କୁ ପ୍ରାର୍ଥନା କରାଯାଏ।“ଏକ ବେଣୀ ଜପାକର୍ଣ୍ଣପୁରା ନଗ୍ନା ଖରାସ୍ଥିତା।ଲମ୍ବୋଷ୍ଠି କର୍ଣିକାକଣୀ ତେଲାଭ୍ୟକ୍ତଶରୀରଣୀ।।ବାମ ପାଦୋ ଲସଲୋହଲତାକଣ୍ଟକ ଭୂଷଣା।ବର୍ଦ୍ଧନ ମୂର୍ଦ୍ଧଧ୍ଵଜା କୃଷ୍ଣା କାଳରାତ୍ରୀ ର୍ଭୟଡକରୀ।।”ମା’ଙ୍କ ଏହି ସ୍ବରୂପର ପୂଜା କଲେ ସମସ୍ତ ରିଦ୍ଧି-ସିଦ୍ଧି ପ୍ରାପ୍ତ ହୋଇଥାଏ।ଜଗତର କଲ୍ୟାଣ ପାଇଁ ଆମେ ସେଇ ଦେବୀଙ୍କ ଚରଣରେ ପ୍ରାର୍ଥନା କରୁଛୁ“ଯା ଦେବୀ ସର୍ବଭୁତେଷୁ ମା’ କାଳରାତ୍ରୀ ରୂପେଣ ସଂସ୍ଥିତା।ନମତସ୍ମୈ ନମତସ୍ମୈ ନମତସ୍ମୈ ନମୋ ନମଃ।”ପୌରାଣିକ ତଥ୍ୟ ଅନୁସାରେ ଚଣ୍ଡ,ମୁଣ୍ଡ ଏବଂ ରକ୍ତବୀଜ ନାମଧାରୀ ତିନି ରାକ୍ଷସ ମର୍ତ୍ତ୍ୟରେ ଲୋକଙ୍କ ଉପରେ ବହୁ ଅତ୍ୟାଚାର କରୁଥିଲେ।ମର୍ତ୍ତ୍ୟବାସୀଙ୍କୁ ଏହି ଅତ୍ୟାଚାରରୁ ମୁକ୍ତି ଦେବା ପାଇଁ ମା’ ଦୁର୍ଗା ଚଣ୍ଡ ଓ ମୁଣ୍ଡଙ୍କୁ ଅନାୟସରେ ସଂହାର କରିଥିଲେ।ତେବେ ରକ୍ତବୀଜକୁ ମା’ ସଂହାର କରିବା ମାତ୍ରେ ଏହାର ରକ୍ତ ଭୂମିରେ ପଡ଼ି ସେଥିରୁ ସହସ୍ର ରକ୍ତବୀଜ ରାକ୍ଷସ ଉତ୍ପନ୍ନ ହୋଇଥିଲେ।ଏଣୁ ରକ୍ତବୀଜର ଏହି ଅଲୌକିକ ଶକ୍ତିକୁ ନିପାତ କରିବା ପାଇଁ ମା’ ଦୁର୍ଗା ‘କାଳରାତ୍ରୀ’ ରୂପ ଧାରଣ କରିଥିଲେ। ‘କାଳରାତ୍ରୀ’ ହେଉଛନ୍ତି କାଳର ଦେବୀ ଯିଏ ଭୂମିରେ ପଡ଼ୁଥିବା ରକ୍ତବୀଜର ରକ୍ତକୁ ପାନ କରି ସେଥିରୁ ସୃଷ୍ଟି ହେଉଥିବା ସହସ୍ର ରକ୍ତବୀଜଙ୍କୁ ସମୂହ ସଂହାର କରିବାରେ ସଫଳ ହୋଇଥିଲେ।ମା’ କାଳୀ କାଳର ଦେବୀ ଥିଲେ ଏବଂ ଶନି ଦେବଙ୍କୁ ମଧ୍ୟ କାଳ ପୁରୁଷ ବୋଲି କୁହାଯାଏ।ଯଦି କୁଣ୍ଡଳୀରେ ଶନି ଗ୍ରହଙ୍କ ଦଶା ଜନିତ କୌଣସି ଦୋଷ ଥାଏ, ତେବେ ‘କାଳରାତ୍ରୀ’ଙ୍କୁ ବିଧିବଦ୍ଧ ପୂଜା କଲେ, ଏହା ଦୂର ହୋଇଥାଏ।ଏହି ପୂଜା ମୃତ୍ୟୁର ଭୟ ଦୂର କରେ।ଯେଉଁ ଲୋକଙ୍କ କୁଣ୍ଡଳୀରେ ମୃତ୍ୟୁର ଭୟ ରହିଥାଏ, ସେ ନିଜର କିମ୍ୱା ନିଜ ସମ୍ପର୍କୀୟଙ୍କ ଲମ୍ୱା ଜୀବନ କାମନା କରି ମା’ଙ୍କର ପୂଜା କରନ୍ତୁ।ମା’ ‘କାଳରାତ୍ରୀ’ଙ୍କ ପୂଜା ପାଇଁ ଲାଲ୍ ସିନ୍ଦୂର ଏବଂ ୧୧ଟି କଉଡ଼ି ନେଇ ପ୍ରଥମ ପ୍ରହରରେ ପୂଜା କରନ୍ତୁ। ମା’ଙ୍କୁ ଧୂପ, ଦୀପ ଓ ପୁଷ୍ପ ଅର୍ପଣ କରି ଗୁଡ଼ ଭୋଗ କରନ୍ତୁ।ଏପରି କରିବା ଦ୍ୱାରା ମୃତ୍ୟୁର ଭୟ ଦୂର ହୋଇଥାଏ।କାଳରାତ୍ରି ଭାନୁ ଚକ୍ର ଧ୍ୟାନମ୍କ ରାଲବଦନାଂ ଘୋରାଂ ମୁକ୍ତକେଶୀଂ ଚତୁର୍ଭୁଜାମ୍ ।କାଲରାତ୍ରିଂ କରାଲୀଂ ଚ ବିଦ୍ୟୁନ୍ମାଲାବିଭୂଷିତାମ୍ଦି।ବ୍ୟଲୌହବଜ୍ରଖଡ୍ଗବାମାଧୋର୍ଧ୍ୱକରାମ୍ବୁଜାମ୍ ।ଅଭୟଂ ବରଦାଂ ଚୈବ ଦକ୍ଷିଣୋର୍ଧ୍ୱାଧଃ ପାଣିକାମ୍ ॥ମହାମେଘପ୍ରଭାଂ ଶ୍ୟାମାଂ ତଥା ଚ ଗର୍ଦଭାରୂଢାମ୍ ।ଘୋରଦଂଷ୍ଟ୍ରାକାରାଲାସ୍ୟାଂ ପୀନୋନ୍ନତପୟୋଧରାମ୍ ॥ସୁଖପ୍ରସନ୍ନବଦନାଂ ସ୍ମେରାନନସରୋରୁହାମ୍ ।ଏବଂ ସଞ୍ଚିୟନ୍ତୟେତ୍କାଲରାତ୍ରିଂ ସର୍ୱକାମସମୃଦ୍ଧିଦାମ୍ ॥*ସ୍ତୋତ୍ରମ୍*ହ୍ରୀଂ କାଲରାତ୍ରିଃ ଶ୍ରୀଂ କରାଲୀ ଚ କ୍ଲୀଂ କଲ୍ୟାଣୀ କଲାବତୀ ।କାଲମାତା କଲିଦର୍ପଘ୍ନୀ କପଦୀଂଶକୃପନ୍ୱିତା ॥କାମବୀଜଜପାନନ୍ଦା କାମବୀଜସ୍ୱରୂପିଣୀ ।କୁମତିଘ୍ନୀ କୁଲୀନାଽଽର୍ତିନଶିନୀ କୁଲକାମିନୀ ॥କ୍ଲୀଂ ହ୍ରୀଂ ଶ୍ରୀଂ ମନ୍ତ୍ରବର୍ଣେନ କାଲକଣ୍ଟକଘାତିନୀ ।କୃପାମୟୀ କୃପାଧାରା କୃପାପାରା କୃପାଗମା ॥*କବଚମ୍*ଓଁ କ୍ଲୀଂ ମେ ହୃଦୟଂ ପାତୁ ପାଦୌ ଶ୍ରୀଂ କାଲରାତ୍ରିଃ ।ଲଲାଟଂ ସତତଂ ପାତୁ ଦୁଷ୍ଟଗ୍ରହନିବାରିଣୀ ॥ରସନାଂ ପାତୁ କୌମାରୀ ଭୈରବୀ ଚକ୍ଷୁଷୀ ମମ ।କଟୌ ପୃଷ୍ଠେ ମହେଶାନୀ କର୍ଣୌ ଶଙ୍କରଭାମିନୀ ।ବର୍ଜିତାନି ତୁ ସ୍ଥାନାନି ଯାନି ଚ କବଚେନ ହି ।ତାନି ସର୍ୱାଣି ମେ ଦେବୀ ସତତଂ ପାତୁ ସ୍ତମ୍ଭିନୀ ॥ଜୟ ମା ଦୂର୍ଗା।🙏🙏।


error: Content is protected !!