ଭି କେ ପାଣ୍ଡିଆନ୍‌ଙ୍କ ସ୍ବେଚ୍ଛାକୃତ ଅବସର ଆବେଦନକୁ ମଞ୍ଜୁର କଲେ କେନ୍ଦ୍ର ସରକାର


ଭୁବନେଶ୍ବର: ବରିଷ୍ଠ ଆଇଏଏସ୍‌ ଅଧିକାରୀ ଭି କାର୍ତ୍ତିକେୟ ପାଣ୍ଡିଆନ୍‌ ସ୍ବେଚ୍ଛାକୃତ ଅବସର ନେଇଥିବା ନେଇ ସୂଚନା ହସ୍ତଗତ ହୋଇଛି । ଶ୍ରୀ ପାଣ୍ଡିଆନ୍‌ଙ୍କ ସ୍ବେଚ୍ଛାକୃତ ଅବସରକୁ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ମଂଜୁର କରିଥିବା ନେଇ ପତ୍ର ଗଣମାଧ୍ୟମ ନିକଟରେ ପହଞ୍ଚିଛି । ଆମର ହସ୍ତଗତ ହୋଇଥିବା ପତ୍ରରେ କେନ୍ଦ୍ର ସରକାରଙ୍କ ଅନୁସଚିବ ଭୁପିନ୍ଦର ପାଲ ସିଂ ଏ ସଂକ୍ରାନ୍ତରେ ପତ୍ର ଲେଖି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବଙ୍କୁ ଅବଗତ କରିଛନ୍ତି।


error: Content is protected !!