ଅତି ଦୃତରେ ସ୍କୁଟି ଚଳାଇବା ହେଲା କାଳ


ନୀଳଗିରି:(ବିମଳ କୁମାର ଦଳେଇ):- ଭୟଙ୍କର ସଡ଼କ ଦୁର୍ଘଟଣା ଜଣେ ମୃତ।ବାଲେଶ୍ଵର,ନୀଳଗିରି ଚଣ୍ଡୀପୁର ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅର୍ନ୍ତଗତ ଚଣ୍ଡୀପୁର ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ଚଣ୍ଡୀପୁର ଛକରେ ଟ୍ରକକୁ ଓଭର ଟେକ୍ କରିବା ପାଇଁ ସ୍କୁଟି ବହୁତ ସ୍ପିଡରେ ଯାଉଥିଲା।ପୂର୍ବ ପଟରୁ ଏକ ବାଇକ୍ ଆସୁଥିବା ବେଳେ ସ୍କୁଟି ଚାଳକ ଚଲଉଥିବା ସ୍କୁଟିକୁ କଣ୍ଟ୍ରୋଲ କରି ପାରିନଥିଲେ।ବହୁତ ଜୋରରେ ବ୍ରେକ୍ ମାରିଥିଲେ।ବ୍ରେକ ମାରିବା ସମୟରେ ପଛରେ ବସିଥିବା ଲୋକ ଅତି ଜୋରରେରେ ରାସ୍ତା ଉପରକୁ ଖସି ପଡିଥିଲେ ଓ ସେହି ଠାରେ ହିଁ ମୃତ୍ୟୁ ବରଣ କରିଥିଲେ।ଘଟଣା ସ୍ଥଳରେ ମୃତ୍ୟୁ ବ୍ୟକ୍ତିକୁ ଦେଖିବା ପାଇଁ ପ୍ରବଳ ଭିଡ଼ ସାଙ୍ଗକୁ ୧ ଘଣ୍ଟା ମଧ୍ୟ ରାସ୍ତା ବନ୍ଦ ହୋଇଯାଇଥିଲା।ଖବର ପାଇବା ମାତ୍ରେ ସଙ୍ଗେ ସଙ୍ଗେ ନୀଳଗିରି ଥାନାର ASI ଜିତେନ୍ କୁମାର ନାୟକ କିଛି ପୋଲିସ ଅଫିସରଙ୍କୁ ନେଇ ଘଟଣା ସ୍ଥଳରେ ପହଁଚି ଥିଲେ।ମୃତ୍ୟୁ ବ୍ୟକ୍ତିର ଶବ ବ୍ୟବଚ୍ଛେଦ ପାଇଁ ଆମ୍ବୁଲାନ୍ସ ଡାକି ନୀଳଗିରି ମେଡିକାଲକୁ ପଠାଇ ଥିଲେ।


error: Content is protected !!