ମା’ ବୈଷ୍ଣୋ ଦେବୀ କଟାରାଜମ୍ମୁ


ବିଶ୍ୱ ପ୍ରସିଦ୍ଧ ମା’ ବୈଷ୍ଣୋଦେବୀଙ୍କର ଅନ୍ୟ ନାମ ଗୁଡିକ ହେଲା।ଶେରାୱାଲିପାହାଡ଼ୱାଲିମା’ ତାରଣୀଅମ୍ବେଜ୍ୟୋତା ୱାଲି lସେ ହେଉଛନ୍ତି ମା’ ମହାକାଳୀ, ମହାଲକ୍ଷ୍ମୀ ଓ ମହାସରସ୍ବତୀଙ୍କର ଏକୀଭୂତ ବିଗ୍ରହ l ବୈଷ୍ଣୋ ଦେବୀ ସିଂହବାହିନୀ ଓ ଅଷ୍ଟଭୁଜା l ସେ ପରମ ବୈଷ୍ଣବୀ ସ୍ୱରୂପିଣୀ, କୁମାରୀ ଓ ବିଷ୍ଣୁଙ୍କ ନିମନ୍ତେ ବାଗଦତ୍ତା l ପୌରାଣିକ ମତାନୁସାରେ ଦେବୀ ଶ୍ରୀରାମଙ୍କୁ ତ୍ରେତୟା ଯୁଗରେ ବିବାହ କରିବାକୁ ସଂକଳ୍ପ କରିଥିଲେ l ରାମ ଏକପତ୍ନୀ ବ୍ରତ ଗ୍ରହଣ କରିଥିବାରୁ ବୈଷ୍ଣୋଦେବୀ ଆଜୀବନ କୁମାରୀ ରହିଗଲେ lଏହି ଧାମକୁ ଲକ୍ଷ ଲକ୍ଷ ଲୋକ ଦର୍ଶନ କରିବାକୁ ଆସିଥାନ୍ତି l ଏହା ଏକ ବିଶ୍ୱପ୍ରସିଦ୍ଧ ଶାକ୍ତ ତୀର୍ଥ l ଶିଵ ପୁରାଣ ଅନୁସାରେ ଏଠାରେ ମା’ ସତୀଙ୍କର କପାଳ ପଡିଥିଲା l ତେଣୁ ଏହା ବାଉନ ପ୍ରମୁଖ ଶକ୍ତି ପୀଠ ମଧ୍ୟରେ ଅନ୍ୟତମ lଜୟ ମା’ ବୈଷ୍ଣୋଦେବୀ lଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ lଓଁ ନମୋ ଭଗବତେ ବାସୁଦେବାୟ।


error: Content is protected !!