ପୁଣି ଚର୍ଚ୍ଚାରେ ଗୃହରକ୍ଷୀ ରୋହିତ କୁମାର ବେହେରା


ଗଜପତି : ପୁଣି ଚର୍ଚ୍ଚାରେ ଗୃହରକ୍ଷୀ ରୋହିତ କୁମାର ବେହେରା ଙ୍କ ମହାନତା ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ର କରଡ଼ା ସିଂ ପଞ୍ଚାୟତ ର ପଦ୍ମପୁର ଗ୍ରାମ କୁ ସ୍ୱର୍ଗଦ୍ୱାର ରଥ ଦାନ କରିଥିବା ଦେଖିବାକୁ ମିଳିଛି l ନୁଆଁ ଗଡ଼ ଗ୍ରାମ ରୁ ସ୍ମଶାନ କୁ ପ୍ରାୟ ଦୁଇ କିଲୋମିଟର୍ ଦୂର ହେଉଥିବାରୁ ଲୋକଙ୍କ ସମସ୍ୟା କୁ ହୃଦୟଙ୍ଗମ କରି ଏଭଳି ସହଯୋଗ ର ହାତ ବଢ଼େଇ ଛନ୍ତି ହୋମଗାର୍ଡ କର୍ମଚାରୀ ରୋହିତ କୁମାର ବେହେରା l ପୂର୍ବରୁ ଗତ ତା : 15/03/2022 ରେ ମଧ୍ୟ ସେହିପରି ନିଜ ଗ୍ରାମ ବାସୀଙ୍କୁ ଦୁଇଗୋଟି ସ୍ୱର୍ଗଦ୍ୱାରାରଥ ପ୍ରଦାନ କରିଥିଲେ l ସ୍ୱର୍ଗଦ୍ୱାରା ରଥ ନିଜ ଗ୍ରାମର ହିନ୍ଦୁ ଓ ଖ୍ରୀଷ୍ଟ ଧର୍ମ ସମ୍ପ୍ରଦାୟର ଲୋକଙ୍କୁ ପ୍ରଦାନ କରିଥିଲେ l ବର୍ତ୍ତମାନ ସେ ନିଜ ପଡୋଶୀ ବ୍ଲକ୍ ଅର୍ଥାତ୍ ନୂଆଗଡ଼ ବ୍ଲକ୍ ର ନୂଆଗଡ଼ ଗ୍ରାମକୁ 2/6/2023 ରିଖରେ ଗୋଟିଏ ସ୍ୱର୍ଗଦ୍ୱାର ରଥ ଦାନ କରିଛନ୍ତି l ତା ସହିତ ତା 17/10/2023 ରିଖରେ ରାୟଗଡ଼ ବ୍ଲକ୍ ର କରଡ଼ା ସିଂ ପଞ୍ଚାୟତ ର ପଦ୍ମପୁର ଗ୍ରାମକୁ ଗୋଟିଏ ସ୍ୱର୍ଗଦ୍ୱାର ରଥ ଦାନ କରିଛନ୍ତି l ତାଙ୍କର ଏହି ପ୍ରକାର ସାହାଯ୍ୟ ସହାନୁଭୂତି କୁ ରାୟଗଡ଼ ବ୍ଲକ୍ ଓ ନୂଆଗଡ଼ ବ୍ଲକ୍ ବାସିନ୍ଦା ପ୍ରଶଂସା କରୁଛନ୍ତି l ରୋହିତ କୁମାର ବେହେରା ଜଣେ ଛୋଟ କର୍ମଚାରୀ ହୋମଗାର୍ଡ ଭାବେ କାର୍ଯ୍ୟ ରତ ହୋଈ ମଧ୍ୟ ଲୋକଙ୍କ ର କିଛି ସମସ୍ୟାକୁ ବୁଝି ପାରିଛନ୍ତି ଏହା ହେଉଛି ଏକ ମହାନତା ର କାର୍ଯ୍ୟ ବୋଲି ଉଭୟ ବ୍ଲକ୍ ବାସି ଏବଂ ନିଜ ଥାନା ଷ୍ଟାପ୍ ସମସ୍ତେ ହୋମଗାର୍ଡ କର୍ମଚାରୀ ଶ୍ରୀ ବେହେରା ଙ୍କୁ କୃତଜ୍ଞତା ଜଣାଇଛନ୍ତି l


error: Content is protected !!