କେନ୍ଦ୍ର ଟେଲିକମ୍ ବିଭାଗ ପକ୍ଷରୁ ଏକ ପ୍ରକାର ପରୀକ୍ଷା


ମିଳିଥିବା ସୂଚନାନୁସାରେ ଏହା କେନ୍ଦ୍ର ଟେଲିକମ୍ ବିଭାଗ ପକ୍ଷରୁ ଏକ ପ୍ରକାର ପରୀକ୍ଷା । ଏହି ବ୍ୟବସ୍ଥାରେ ଲୋକଙ୍କୁ ସୁରକ୍ଷା ଓ ଜରୁରୀକାଳିନ ସୂଚନା ଦେବେ ସରକାର । ଟେଲିକମ୍ ଅପରେଟରଙ୍କ ଜରିଆରେ ଏହି ସତର୍କ ସୂଚନା ଦିଆଯାଉଛି । ଅଗଷ୍ଟରେ ପ୍ରଥମ ଥର ପାଇଁ ଏଭଳି ପରୀକ୍ଷା କରାଯାଇଥିଲା । ଏବେ ସୁଦ୍ଧା ୬ଥର ଏମିତି ପରୀକ୍ଷା କରାଯାଇଛି।ଆଲାର୍ମ ସାଉଣ୍ଡ ଆପଣଙ୍କ ମୋବାଇଲକୁ ପଠାଉଛି କେନ୍ଦ୍ର ସରକାରଙ୍କ ଟେଲି ଯୋଗାଯୋଗ ବିଭାଗ ।ମୋବାଇଲକୁ ଯେ କୌଣସି ସମୟରେ ଏଭଳି ଆଲର୍ଟ ସାଉଣ୍ଡ ଆସିପାରେ । ହଠାତ୍ ଆପଣଙ୍କ ମୋବାଇଲ ଭାଇବ୍ରେସନ କରିବା ସହ ଆଲାର୍ମ ଭଳି ସାଉଣ୍ଡ ବାଜିପାରେ । ଏହାକୁ ନେଇ ଆପଣ ଆଦୌ ଡରିଯିବେ ନାହିଁ କି ବିଚଳିତ ହେବେ ନାହିଁ । କାରଣ ଏହା କୌଣସି ଅଘଟଣର ସଙ୍କେତ ନୁହେଁ, ବରଂ ଅଘଟଣରୁ ବର୍ତ୍ତିବା ପାଇଁ ସତର୍କ ସୂଚନା । ଏହି ମେସେଜରେ ଉଲ୍ଲେଖ ରହିଛି, “ଏହା ହେଉଛି ଟେଲିକମ୍ ବିଭାଗ, ଭାରତ ସରକାରଙ୍କ ଦ୍ୱାରା ସେଲ୍ ବ୍ରୋଡକାଷ୍ଟିଂ ସିଷ୍ଟମ ମାଧ୍ୟମରେ ପଠାଯାଇଥିବା ଏକ ନମୁନା ପରୀକ୍ଷା ବାର୍ତ୍ତା । ଦୟାକରି ଏହି ସନ୍ଦେଶକୁ ଅଣଦେଖା କରନ୍ତୁ , କାରଣ ଏହା ଆପଣଙ୍କ ତରଫରୁ କୌଣସି ପଦକ୍ଷେପ ଆବଶ୍ୟକ କରେ ନାହିଁ । ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଅଲ ଇଣ୍ଡିଆ ଜରୁରୀକାଳୀନ ଆଲର୍ଟ ସିଷ୍ଟମ ପରୀକ୍ଷା କରିବାକୁ ଏହି ବାର୍ତ୍ତା ପଠାଯାଇଛି। ଜନସାଧାରଣଙ୍କ ସୁରକ୍ଷାକୁ ବଢ଼ାଇବାକୁ ଏବଂ ଜରୁରୀକାଳୀନ।


error: Content is protected !!