ସଂଗୀତଜ୍ଞ ସ୍ୱରୂପ ନାୟକଙ୍କ ଅନ୍ତିମ ସତ୍କାର


ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଦିବଙ୍ଗତ ସଂଗୀତଜ୍ଞ ସ୍ୱରୂପ ନାୟକଙ୍କ ଅନ୍ତିମ ସତ୍କାର। ଏନେଇ ମୁଖ୍ୟମନ୍ତ୍ରୀ ସ୍ୱରାଷ୍ଟ୍ର ବିଭାଗକୁ ନିର୍ଦ୍ଦେଶ ଦେଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସ୍ୱରୂପ ନାୟକଙ୍କ ମରଶରୀର କଟକ ସ୍ଥିତ ବାସଭବନରେ ରଖାଯାଇଛି। ସେଠାରେ ବହୁ ବିଶିଷ୍ଟ କଳାକାରଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଛନ୍ତି। ଦୀର୍ଘଦିନ ଧରି ଫୁସଫୁସ୍ କ୍ୟାନସରରେ ପୀଡ଼ିତ ଥିଲେ ଓଡ଼ିଆ ସଂଗୀତ ଜଗତର ଏହି ଅନ୍ୟତମ ବେତାଜ ବାଦଶାହା।


error: Content is protected !!