ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ଚାରିଦ୍ଵାର ଖୋଲିବ


ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ଚାରିଦ୍ଵାର ଖୋଲିବ।ରତ୍ନଭଣ୍ଡାରର ଗଣତି,ମଣତି,ମରାମତି ଏବଂ ବେଦାନ୍ତ କମ୍ପାନୀ ଦ୍ଵାରା ଅଧିଗ୍ରହଣ କରାଯାଇଥିବା ଜଗନ୍ନାଥଙ୍କ ଅମୃତମଣୋହି ଜମି ଓ ଚାଷୀଙ୍କ ଚାଷ ଜମିକୁ ତୁରନ୍ତ ଫେରସ୍ତ କରିବା ଦାବିରେ କଂଗ୍ରେସ ଦଳ ପକ୍ଷରୁ ଆସନ୍ତା ନଭେମ୍ବର ମାସ ୯ ତାରିଖ ଗୁରୁବାର ସକାଳ ୯ ଘଟିକା ଠାରୁ ଆରମ୍ଭ କରି ଦିବା ୧୨ ଘଟିକା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ଲକ,ଏନଏସି,ମ୍ୟୁନିସିପାଲଟି ଓ ମହାନଗର ନିଗମରେ ଥିବା ଜଗନ୍ନାଥ ମନ୍ଦିର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି “ସଂକୀର୍ତନ ସତ୍ୟାଗ୍ରହ” କରାଯିବ ବୋଲି ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସମ୍ମିଳନୀରେ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଘୋଷଣା କରିଛନ୍ତି।ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟର ସମସ୍ତ କଂଗ୍ରେସ ନେତୃବୃନ୍ଦ,କର୍ମୀ,ଜଗନ୍ନାଥ ପ୍ରେମୀ,ଶୁଭେଚ୍ଛୁ ଏବଂ ଜନସାଧାରଣ ଙ୍କ ସାହାଯ୍ୟ ଏବଂ ସହଯୋଗ ସହ ଆଶିର୍ବାଦ ଭିକ୍ଷା କରିଛନ୍ତି ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ।


error: Content is protected !!