କଳାହାଣ୍ଡି ଜିଲ୍ଲାରେ ‘ଲକ୍ଷ୍ମୀ’ ବସ୍‌ ଯୋଜନାର ଶୁଭାରମ୍ଭ


ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik କଳାହାଣ୍ଡି ଜିଲ୍ଲାରେ ‘ଲକ୍ଷ୍ମୀ’ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି। ଜିଲ୍ଲା ପ୍ରତିଷ୍ଠା ଦିବସରେ ଶୁଭାରମ୍ଭ ହୋଇଥିବା ଏହି ସେବା ସମସ୍ତ ପଞ୍ଚାୟତକୁ ଯୋଡ଼ିବ। ଗ୍ରାମାଞ୍ଚଳବାସୀଙ୍କୁ ଉତ୍ତମ ଗମନାଗମନ ସେବା ସୁନିଶ୍ଚିତ କରିବା ପାଇଁ ଏହି ଅବସରରେ ୬୩ଟି ବସ୍ ଚଳାଚଳ ଆରମ୍ଭ ହୋଇଛି। ଏଥିସହ ଜିଲ୍ଲାର ବିକାଶକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀ ୧,୧୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି। କଳାହାଣ୍ଡି ତଥା ଆଖପାଖ ଜିଲ୍ଲାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଲୋକାର୍ପିତ କରିବା ସହ କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ସେ ‘ମା ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ’ ଭାବେ ନାମିତ କରିଛନ୍ତି। ରୂପାନ୍ତର କ୍ଷେତ୍ରରେ କଳାହାଣ୍ଡି ଆମର ଏକ ମଡେଲ ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ, ଭିତ୍ତିଭୂମି, ଶିଳ୍ପ, କୃଷି ସବୁ କ୍ଷେତ୍ରରେ ଉନ୍ନତି କଳାହାଣ୍ଡିବାସୀଙ୍କ ସ୍ଵପ୍ନକୁ ସାକାର କରିଛି। ସଫଳତାର ନୂଆ କାହାଣୀ ଯୋଡ଼ିଛି। ସାରା ଦେଶକୁ ଆଜି କଳାହାଣ୍ଡି ଚାଉଳ ଦେଉଛି। ସମସ୍ତଙ୍କ ସହଯୋଗରେ ଆଗାମୀଦିନରେ କଳାହାଣ୍ଡିର ବିକାଶ ଯାତ୍ରା ଆହୁରି ଆଗକୁ ଯିବ।


error: Content is protected !!