ଆମ ଓଡ଼ିଶା ନବୀନ ଓଡ଼ିଶା


ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ‘ନବରଙ୍ଗପୁର’ରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଗାଁର ବିକାଶଧାରାକୁ ତ୍ୱରାନ୍ୱିତ କରିବା ଲାଗି ୧୮୯ଟି ପଞ୍ଚାୟତର ୨,୯୪୨ଟି ପ୍ରକଳ୍ପ ପାଇଁ ₹୯୪.୫୦ କୋଟି ମଞ୍ଜୁର ହୋଇଛି। ଗ୍ରାମାଞ୍ଚଳରେ ଡିଜିଟାଲ ଭିତ୍ତିଭୂମି ବିକାଶ ସହ କଳା, ସଂସ୍କୃତି ଓ ଐତିହ୍ୟର ପ୍ରସାର ପାଇଁ ଏଥିରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ। ପ୍ରତି ପଞ୍ଚାୟତକୁ ₹୫୦ ଲକ୍ଷର ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି। ଏଥିସହ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲା ଗସ୍ତ ସମୟରେ ମିଳିଥିବା ମତାମତ ଆଧାରରେ ୩୪ଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ₹୧୬୮.୭୩ କୋଟି ମଞ୍ଜୁର କରିଛନ୍ତି। 5T AmaOdishaNabinaOdisha


error: Content is protected !!